Product SiteDocumentation Site

Red Hat Enterprise Linux 6

Release Notes

Red Hat Enterprise Linux 6.3 ପାଇଁ ପ୍ରକାଶନ ଟିପ୍ପଣୀ

ସଂସକରଣ 3


ବୈଧାନିକ ସୂଚନା

Copyright © 2012 Red Hat, Inc.
The text of and illustrations in this document are licensed by Red Hat under a Creative Commons Attribution–Share Alike 3.0 Unported license ("CC-BY-SA"). An explanation of CC-BY-SA is available at http://creativecommons.org/licenses/by-sa/3.0/. In accordance with CC-BY-SA, if you distribute this document or an adaptation of it, you must provide the URL for the original version.
Red Hat, as the licensor of this document, waives the right to enforce, and agrees not to assert, Section 4d of CC-BY-SA to the fullest extent permitted by applicable law.
Red Hat, Red Hat Enterprise Linux, the Shadowman logo, JBoss, MetaMatrix, Fedora, the Infinity Logo, and RHCE are trademarks of Red Hat, Inc., registered in the United States and other countries.
Linux® is the registered trademark of Linus Torvalds in the United States and other countries.
Java® is a registered trademark of Oracle and/or its affiliates.
XFS® is a trademark of Silicon Graphics International Corp. or its subsidiaries in the United States and/or other countries.
All other trademarks are the property of their respective owners.


1801 Varsity Drive
 RaleighNC 27606-2072 USA
 Phone: +1 919 754 3700
 Phone: 888 733 4281
 Fax: +1 919 754 3701

ସାରାଂଶ
ପ୍ରକାଶନ ଟିପ୍ପଣୀରେ ଉଚ୍ଚ ମାନର ଉନ୍ନତି ଏବଂ Red Hat Enterprise Linux 6.3 ରେ ଯୋଗକରାଯାଇଥିବା ବିଶେଷତାଗୁଡ଼ିକୁ ବର୍ଣ୍ଣନା କରିଥାଏ। Red Hat Enterprise Linux ରେ 6.3 ଅଦ୍ୟତନ ପାଇଁ ହୋଇଥିବା ପରିବର୍ତ୍ତନଗୁଡିକର ବିସ୍ତୃତ ବିବରଣୀ ପାଇଁ,ଯାନ୍ତ୍ରିକ ଟିପ୍ପଣୀକୁ ଅନୁସରଣ କରନ୍ତୁ।

ଉପକ୍ରମଣିକା
1. କର୍ଣ୍ଣଲ
2. ଉପକରଣ ଡ୍ରାଇଭରଗୁଡ଼ିକ
3. ନେଟୱର୍କିଙ୍ଗ
4. ଉତ୍ସ ପରିଚାଳନା
5. ବୈଧିକରଣ ଏବଂ ପାରସ୍ପରିକ କାର୍ଯ୍ୟଦକ୍ଷତା
6. ଅଧିକାର
7. ଆଭାସୀକରଣ
7.1. KVM
7.2. ସ୍ପାଇସ
7.3. libvirt
8. କ୍ଲଷ୍ଟରିଙ୍ଗ ଏବଂ ଉଚ୍ଚ ଉପଲବ୍ଧତା
9. ସଂରକ୍ଷଣ ସ୍ଥାନ
10. ସାଧାରଣ ଅଦ୍ୟତନଗୁଡ଼ିକ
A. ସଂଶୋଧିତ ବିବରଣୀ

ଉପକ୍ରମଣିକା

Red Hat Enterprise Linux ଗୌଣ ପ୍ରକାଶନଗୁଡ଼ିକ ହେଉଛି ବ୍ୟକ୍ତିଗତ ଉନ୍ନତି, ସୁରକ୍ଷା ଏବଂ ତ୍ରୁଟି ନିବାରଣ ଏରାଟାର ଗୋଟିଏ ଏକତ୍ରିକରଣ। Red Hat Enterprise Linux 6.3 ପ୍ରକାଶନ ଟିପ୍ପଣୀ Red Hat Enterprise Linux 6 ପ୍ରଚାଳନ ତନ୍ତ୍ରର ମୂଖ୍ୟ ପରିବର୍ତ୍ତନଗୁଡ଼ିକୁ ଏବଂ ଏହି ଗୌଣ ପ୍ରକାଶନ ପାଇଁ ଏହା ସହିତ ସଂଶ୍ଳିଷ୍ଟ ପ୍ରୟୋଗଗୁଡ଼ିକୁ ଦଲିଲିକରଣ କରିଥାଏ। ଏହି ଗୌଣ ପ୍ରକାଶନରେ ହୋଇଥିବା ପରିବର୍ତ୍ତନଗୁଡ଼ିକର ବିସ୍ତୃତ ବିବରଣୀ ପାରିଭାଷିକ ଟିପ୍ପଣୀରେ ଉପଲବ୍ଧ।

ଗୁରୁତ୍ବପୂର୍ଣ୍ଣ

ଅନଲାଇନ Red Hat Enterprise Linux 6.3 Release Notes, ଯାହାକି ଏଠାରେ ଅନଲାଇନରେ ଉପଲବ୍ଧ, ତାହାକୁ ସ୍ଥାୟୀ, ଅଦ୍ୟତିତ ସଂସ୍କରଣ ଭାବରେ ଗ୍ରହଣ କରାଯାଇଥାଏ। ଏହି ପ୍ରକାଶନ ବିଷୟରେ ପ୍ରଶ୍ନକରୁଥିବା ଗ୍ରାହକମାନଙ୍କୁ ପ୍ରକାଶନ ଏବଂ ପାରିଭାଷିକ ଟିପ୍ପଣୀ ରେ ସେମାନଙ୍କର Red Hat Enterprise Linux ସଂସ୍କରଣ ସହିତ ଅନଲାଇନରେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଥାଏ।
ଯଦି ଆପଣଙ୍କୁ Red Hat Enterprise Linux ଜୀବନଚକ୍ର ବିଷୟରେ ସୂଚନା ଆବଶ୍ୟକ, ତେବେ https://access.redhat.com/support/policy/updates/errata/ କୁ ଅନୁସରଣ କରନ୍ତୁ।

ଅଧ୍ଯାୟ 1. କର୍ଣ୍ଣଲ

ସହଜମୟ-ସୁବିଧା ଏବଂ ମାପନୀୟ ଆଶୁଚିତ୍ର କ୍ଷମତାଗୁଡ଼ିକ
dm-thinp ଲକ୍ଷ୍ଯ, thin ଏବଂ thin-pool, ଏକ ଉପକରଣ-ମେଳକ ସାଧନ ସହଜମୟ-ସୁବିଧା ଏବଂ ମାପନୀୟ ଆଶୁଚିତ୍ର କ୍ଷମତାଗୁଡ଼ିକ ସହାୟତାରେ ପ୍ରଦାନ କରିଥାଏ। ଏହି ବିଶେଷତାଟି ଏକ ପ୍ରଯୁକ୍ତଜ୍ଞାନ ପ୍ରାକଦର୍ଶନ ଭାବରେ ଉପଲବ୍ଧ। ନୂତନ ଭାବରେ ଆରମ୍ଭ ହୋଇଥିବା LVM ବିଷୟରେ ଅଧିକ ସୂଚନା ପାଇଁ, ଅଧ୍ଯାୟ 9, ସଂରକ୍ଷଣ ସ୍ଥାନ କୁ ଦେଖନ୍ତୁ।
sysfs mbox ଅନ୍ତରାପୃଷ୍ଠ ପୁରୁଣା ହୋଇଛି
lpfc ଡ୍ରାଇଭର sysfs mbox ଅନ୍ତରାପୃଷ୍ଠକୁ ପୁରୁଣା କରିଛି ଯେପରି ତାହା ଏମ୍ୟୁଲେକ୍ସ ସାଧନଗୁଡ଼ିକରେ ବ୍ୟବହାର ହୋଇନଥାଏ। ପଢ଼ିବା ଏବଂ ଲେଖିବା ପ୍ରୟୋଗଗୁଡ଼ିକ ବର୍ତ୍ତମାନ ବହିଷ୍କୃତ ହୋଇଛି ଏବଂ କେବଳ -EPERM (ପ୍ରୟୋଗଟି ଅନୁମତି ପ୍ରାପ୍ତ ନୁହଁ) ସଂକେତ ଫେରାଇଥାଏ।
ସହାୟତା ପ୍ରାପ୍ତ Kdump ଲକ୍ଷ୍ଯଗୁଡ଼ିକ
ସହାୟତା ପ୍ରାପ୍ତ Kdump ଲକ୍ଷ୍ଯଗୁଡ଼ିକର ସମ୍ପୂର୍ଣ୍ଣ ତାଲିକା ପାଇଁ (ଯେପରିକି, ଯେଉଁ ଲକ୍ଷ୍ଯଗୁଡ଼ିକୁ kdump vmcore କୁ ପକାଇବାରେ ବ୍ୟବହାର କରିପାରିବ), ନିମ୍ନଲିଖିତ Kbase ପତ୍ରିକାକୁ ପଢ଼ନ୍ତୁ: https://access.redhat.com/knowledge/articles/41534.
ଅତିରିକ୍ତ ସ୍ଥାପନ ବିକଳ୍ପଗୁଡ଼ିକ ପାଇଁ ସହାୟତା
Red Hat Enterprise Linux 6.3 ସ୍ଥାପନ ବିକଳ୍ପ ପାଇଁ /proc/<PID>/ ଡିରେକ୍ଟୋରୀଗୁଡ଼ିକରେ ପ୍ରବେଶାନୁମତିକୁ ପ୍ରତିରୋଧିତ କରିବା ପାଇଁ ସହାୟତା ଯୋଗ କରିଥାଏ। ନୂତନ ବିକଳ୍ପଗୁଡ଼ିକ ମଧ୍ଯରୁ ଗୋଟିଏ ହେଉଛି hidepid= ଏବଂ ତାହାର ମୂଲ୍ୟ ବ୍ୟାଖ୍ୟା କରିଥାଏ କେତେ ମାତ୍ରାର ସୂଚନା ଅନ୍ୟମାନଙ୍କୁ ଦେବା ଉଚିତ। gid= ବିକଳ୍ପ ଏକ ଶ୍ରେଣୀକୁ ବ୍ୟାଖ୍ୟା କରିଥାଏ ଯାହାକି ସମସ୍ତ ପ୍ରକ୍ରିୟା ବିଷୟରେ ସୂଚନା ସଂଗ୍ରହ କରିଥାଏ। ଅବିଶ୍ୱସ୍ତ ବ୍ୟବହାରକାରୀମାନେ, ଯିଏକି ସମ୍ପୂର୍ଣ୍ଣ ତନ୍ତ୍ରରେ କାର୍ଯ୍ୟଗୁଡ଼ିକୁ ନିରୀକ୍ଷଣ କରିବା ପାଇଁ ଉଦ୍ଦିଷ୍ଟ ନୁହଁନ୍ତି, ତାହାକୁ ସେହି ଶ୍ରେଣୀରେ ଯୋଗକରିବା ଉଚିତ ନୁହଁ।
O_DIRECT ସୂଚକ ସହାୟତା
FUSE (ବ୍ୟବହାରକାରୀ ସ୍ଥାନରେ ଥିବା ଫାଇଲତନ୍ତ୍ର) ରେ ଥିବା ଫାଇଲଗୁଡ଼ିକ ପାଇଁ O_DIRECT ସୂଚକ ପାଇଁ ସହାୟତା ଦିଆଯାଇଛି। ଏହି ସୂଚକ I/O ର କ୍ୟାଶେ ପ୍ରଭାବକୁ ଏକ ଫାଇଲରୁ କମ କରିଥାଏ। ସାଧାରଣତଃ, ଏହି ସୂଚକକୁ ଉନ୍ନୟନ କରିବା ଫଳରେ କାର୍ଯ୍ୟଦକ୍ଷତାକୁ କମ କରିଥାଏ, କିନ୍ତୁ ଏହି ବିଶେଷ ପରିସ୍ଥିତିରେ ବ୍ୟବହାର ଉପଯୋଗୀ ହୋଇଥାଏ, ଯେପରିକି ପ୍ରୟୋଗ ସେମାନଙ୍କର ନିଜର କ୍ୟାଶେ କରିଥାଏ।
PowerPC ରେ CONFIG_STRICT_DEVMEM ସକ୍ରିୟ ଅଛି
Red Hat Enterprise Linux 6.3 ରେ, CONFIG_STRICT_DEVMEM ବିନ୍ୟାସ ବିକଳ୍ପ ପୂର୍ବନିର୍ଦ୍ଧାରିତ ଭାବରେ PowerPC ସଂରଚନା ପାଇଁ ସକ୍ରିୟ ଥାଏ। ଏହି ବିକଳ୍ପ /dev/mem ଉପକରଣ ମଧ୍ଯକୁ ପ୍ରବେଶାନୁମତିକୁ ପ୍ରତିରୋଧିତ କରିଥାଏ। ଯଦି ଏହି ବିକଳ୍ପକୁ ନିଷ୍କ୍ରିୟ କରାଯାଏ, ତେବେ ସମସ୍ତ ସ୍ମୃତିସ୍ଥାନକୁ ବ୍ୟବହାରକାରୀ ସ୍ଥାନ ପ୍ରବେଶ ସୁବିଧାକୁ ଅନୁମତି ଦିଆଯାଇଥାଏ, କର୍ଣ୍ଣଲ ଏବଂ ବ୍ୟବହାରକାରୀ ପ୍ରବେଶ ସୁବିଧାକୁ ଅନ୍ତର୍ଭୁକ୍ତ କରି, ଏବଂ ଘଟଣାକ୍ରମରେ ସ୍ମୃତିସ୍ଥାନ (ଲିଖନ) ସୁବିଧା କ୍ଷତିକାରକ ହୋଇପାରେ।
CONFIG_HPET_MMAP ସକ୍ରିୟ କରାଯାଇଛି
Red Hat Enterprise Linux 6.3 ରେ, ଉଚ୍ଚ-ବିଭେଦନ ସମୟ ମାପକ କ୍ଷମତା HPET ପଞ୍ଜିକରଣକୁ ସ୍ମୃତିସ୍ଥାନ ସହିତ ପୁନଃମେଳନ କରିବା ପାଇଁ ସକ୍ରିୟ କରାଯାଇଛି।
ବୃହତ ତନ୍ତ୍ରଗୁଡ଼ିକରେ ଉନ୍ନତମାନର କାର୍ଯ୍ୟଦକ୍ଷତା
Red Hat Enterprise Linux 6.3 ରେ କର୍ଣ୍ଣଲରେ କାର୍ଯ୍ୟଦକ୍ଷତା ଉନ୍ନତି କରିବା ଏବଂ ବୃହତ ତନ୍ତ୍ରରେ ବୁଟ ସମୟ କମ କରିବା ପାଇଁ ଅନେକ ପ୍ୟାଚ ଲଗାଯାଇଛି (ପ୍ୟାଚଗୁଡ଼ିକୁ 2048 କୋର ଏବଂ 16 TB ସ୍ମୃତିସ୍ଥାନ ବିଶିଷ୍ଟ ତନ୍ତ୍ରରେ ପରୀକ୍ଷା କରାଯାଇଥାଏ)।
rdrand କର୍ଣ୍ଣଲ ସହାୟତା
Intel Core i5 ଏବଂ i7 ସଞ୍ଚାଳକଗୁଡ଼ିକ (ପୂର୍ବନାମ Ivy Bridge) ନୂତନ rdrand ନିର୍ଦ୍ଦେଶକୁ ସହାୟତା କରିଥାଏ। Red Hat Enterprise Linux 6.3 ରେ ପ୍ରକାଶିତ କର୍ଣ୍ଣଲ ଶୀଘ୍ର ମନଇଚ୍ଛା ସଂଖ୍ୟା ସୃଷ୍ଟି କରିବା ପାଇଁ ଏହି ନିର୍ଦ୍ଦେଶକୁ ବ୍ୟବହାର କରିଥାଏ।
ସ୍ଥାୟୀ ସଂରକ୍ଷଣ ପାଇଁ UEFI ସହାୟତା
ସ୍ଥାୟୀ ସଂରକ୍ଷଣ (pstore), ପ୍ଲାଟଫର୍ମ ନିର୍ଭରଶୀଳ ସଂରକ୍ଷଣ ପାଇଁ ଏକ ଫାଇଲତନ୍ତ୍ର ଅନ୍ତରାପୃଷ୍ଠ, ବର୍ତ୍ତମାନ UEFI କୁ ସହାୟତା କରିଥାଏ।
CPU ପରିବାର ନିର୍ଦ୍ଦିଷ୍ଟ ଧାରଣକର୍ତ୍ତା ଫାଇଲଗୁଡ଼ିକ
CPU ପରିବାରର ନିର୍ଦ୍ଦିଷ୍ଟ ଫାଇଲଗୁଡ଼ିକୁ ସହାୟତା ଦେବା ପାଇଁ ଯୋଗ କରାଯାଇଛି। AMD ପରିବାରର 15h ସଞ୍ଚାଳକ ପାଖରୁ ଆରମ୍ଭ କରି, ଏକ ପାତ୍ର ଯେପରିକି microcode_amd_fam15h.bin ବର୍ତ୍ତମାନ ଉପର ଲିଖିତ ପରିବାର ପାଇଁ ଧାରଣ କରାଯାଇଥାଏ।
USB 3.0 ସହାୟତା
Red Hat Enterprise Linux 6.3 ରେ ସମ୍ପୂର୍ଣ୍ଣ USB 3.0 ସହାୟତା ଅନ୍ତର୍ଭୁକ୍ତ।
IBM System z ପାଇଁ kdump/kexec କର୍ଣ୍ଣଲ ଡମ୍ପିଙ୍ଗ କୌଶଳ
Red Hat Enterprise Linux 6.3 ରେ, kdump/kexec କର୍ଣ୍ଣଲ ଡମ୍ପିଙ୍ଗ କୌଶଳକୁ IBM System z ତନ୍ତ୍ର ପାଇଁ ସକ୍ରିୟ କରାଯାଇଛି, IBM System z ସହିତ ଏବଂ ହାଇପରଭାଇଜର ଡମ୍ପିଙ୍ଗ କୌଶଳ ସହିତ। ସ୍ୱୟଂ-ସଂରକ୍ଷଣକୁ 4 Gb ସେଟ କରାଯାଇଥାଏ; ତେଣୁ, 4 GB ରୁ ଅଧିକ କୌଣସି IBM System z ତନ୍ତ୍ରରେ kexec/kdump କୌଶଳକୁ ସକ୍ରିୟ କରାଯାଇଥାଏ।
ଯଥେଷ୍ଟ ସ୍ମୃତିସ୍ଥାନ ନିଶ୍ଚିତ ଭାବରେ ଉପଲବ୍ଧ ହୋଇଥାଏ କାରଣ kdump ପାଖାପାଖି 128 MB ପୂର୍ବନିର୍ଦ୍ଧାରିତ ଭାବରେ ସଂରକ୍ଷଣ କରିଥାଏ। ଏହା ବିଶେଷକରି ଆବଶ୍ୟକୀୟ ହୋଇଥାଏ ଯେତେବେଳେ Red Hat Enterprise Linux 6.3 କୁ ଉନ୍ନୟନ କରାଯାଇଥାଏ। ଯଥେଷ୍ଟ ଡିସ୍କ ସ୍ଥାନ ନିଶ୍ଚିତ ଭାବରେ ତନ୍ତ୍ର ନଷ୍ଟ ସମୟରେ ଡମ୍ପ ସଂରକ୍ଷଣ ପାଇଁ ଉପଲବ୍ଧ ହୋଇଥାଏ। Kdump ଟି DASD କିମ୍ବା QETH ନେଟୱର୍କ ପର୍ଯ୍ୟନ୍ତ ସିମୀତ ଯେହେତୁ ଡମ୍ପ ଉପକରଣ କେବଳ kdump ପର୍ଯ୍ୟନ୍ତ SCSI ଡିସ୍କରେ ସହାୟତା ପ୍ରାପ୍ତ।
ନିମ୍ନଲିଖିତ ଚେତାବନୀ ସନ୍ଦେଶ ହୁଏତଃ kdump କୁ ଆରମ୍ଭ କରିବା ସମୟରେ ଦୃଶ୍ୟମାନ ହୋଇଥାଏ:
..ଏପରି କୌଣସି ଫାଇଲ କିମ୍ବା ଡିରେକ୍ଟୋରୀ ନାହିଁ
ଏହି ସନ୍ଦେଶ ଡମ୍ପ କାର୍ଯ୍ୟ ଉପରେ ପ୍ରଭାବ ପକାଇନଥାଏ ଏବଂ ଏହାକୁ ଅଗ୍ରାହ୍ୟ କରିହେବ। ଆପଣ kdump କୁ /etc/kdump.conf, system-config-kdump, କିମ୍ବା firstboot ମାଧ୍ଯମରେ ବିନ୍ୟାସ କିମ୍ବା ନିଷ୍କ୍ରିୟ କରିପାରିବେ।
ftrace ପାଇଁ ମଡ୍ୟୁଲ ଅଭିଗମ୍ୟ ଅନ୍ତରାପୃଷ୍ଠ
ftrace କାର୍ଯ୍ୟ ବର୍ତ୍ତମାନ ftrace କାର୍ଯ୍ୟକୁ ନିଶ୍ଚିତ କରିବା ପାଇଁ ମଡ୍ୟୁଲଏବଂ ସମସ୍ତ ବ୍ୟବହାରକାରୀକୁ ଅନୁମତି ଦେଇଥାଏ। ଅଧିକ ସୂଚନା ପାଇଁ, ନିମ୍ନଲିଖିତ man ପୃଷ୍ଠାଗୁଡ଼ିକୁ ଦେଖନ୍ତୁ:
man trace-cmd-record
man trace-cmd-stack
ଏକାଧିକ ଥ୍ରେଡ ବିଶିଷ୍ଟ ପଦ୍ଧତିଗୁଡ଼ିକର ଅନୁସରଣ
ଗୋଟିଏରୁ ଅଧିକ ଥ୍ରେଡ ବିଶିଷ୍ଟ ପଦ୍ଧତିଗୁଡ଼ିକୁ ଅନୁସରଣ କରିବା ସମୟରେ, ltrace ଉପଯୋଗିତା ହୁଏତ ମୂଖ୍ୟ ଥ୍ରେଡ ବ୍ୟତୀତ ଅନ୍ୟ ଥ୍ରେଡଗୁଡ଼ିକୁ ଠିକ ଭାବରେ ନଜର ଦେଇନପାରେ। ଯେହେତୁ ଏହି ଥ୍ରେଡଗୁଡ଼ିକ ଠିକଣା ସ୍ଥାନ ସହଭାଗ କରିଥାନ୍ତି, ଅନ୍ୟ ଥ୍ରେଡଗୁଡ଼ିକ ltrace ଦ୍ୱାରା ବଣ୍ଟିତ ବ୍ରେକପଏଣ୍ଟକୁ ଦେଖିପାରିବେ। ଫଳସ୍ୱରୂପ, ସେହି ଥ୍ରେଡଗୁଡ଼ିକ SIGTRAP ସଙ୍କେତ ଦ୍ୱାରା ବନ୍ଦ ହୋଇପାରିବ। Red Hat Enterprise Linux 6.3 ରେ ଥ୍ରେଡ-ସଚେତନତା ଏବଂ ବ୍ରେକପଏଣ୍ଟ ନିୟନ୍ତ୍ରଣ କୌଶଳ ଅନ୍ତର୍ଭୁକ୍ତ। ଏକ ଏକାଧିକ ଥ୍ରେଡ-ବିଶିଷ୍ଟ ପଦ୍ଧତିକୁ ଅନୁସରଣ କରିବା ବର୍ତ୍ତମାନ ଗୋଟିକିଆ ଥ୍ରେଡକୁ ଅନୁସରଣ କରିବା ସହିତ ସମାନ।
ସ୍ମୃତିସ୍ଥାନ ଅଦଳବଦଳ ସଂଲଗ୍ନକ
ସ୍ମୃତିସ୍ଥାନ ଅଦଳ ବଦଳ ସଂଲଗ୍ନକ ବର୍ତ୍ତମାନ ନକଲ ହୋଇଥିବା ତଥ୍ୟକୁ କମ କରିଥାଏ ଯାହାକି ପଦ୍ଧତି ମଧ୍ଯରେ ଯୋଗାଯୋଗରେ ଆବଶ୍ୟକ ହୋଇଥାଏ। ସାଧାରଣତଃ, ଏହା MPI ଲାଇବ୍ରେରୀକୁ ଆମନ୍ତ୍ରଣ କରିଥାଏ ଯିଏକି ନୋଡ ମଧ୍ଯବର୍ତ୍ତୀ ଯୋଗାଯୋଗକୁ ନକଲ କରିଥାଏ। ଏହି କୌଶଳକୁ ଅତିତରେ ଏକାଧିକ, ଅନନ୍ୟ ଡ୍ରାଇଭର-ଆଧାରିତ ନିୟୋଜନରେ କାର୍ଯ୍ୟକାରୀ କରାଯାଇଥିଲା। ସେହି ନିୟୋଜନ Red Hat Enterprise Linux 6.3 ରେ ଆରମ୍ଭ ହୋଇଥିଲା ଯାହାକି ଏକ ସମାଧାନ ପ୍ରଦାନ କରିଥାଏ। ଏହା ସହିତ, ଉପକରଣ ଡ୍ରାଇଭର ପାଇଁ ଏହା ଏକ ସ୍ତର ପ୍ରଦାନ କରିଥାଏ ଯିଏକି ଏହି କାର୍ଯ୍ୟଗୁଡ଼ିକୁ ବିନା ପରିବର୍ତ୍ତନରେ କାର୍ଯ୍ୟକାରୀ କରିଥାଏ ଯେଉଁଠିକି ସ୍ମୃତିସ୍ଥାନ ପରିଚାଳନାରେ ପରିବର୍ତ୍ତନ ହୋଇଥାଏ।
ଦୁଇଟି ଆଲେଖିକ କାର୍ଡ ମଧ୍ଯରେ ବଦଳାଇବା ପାଇଁ କ୍ଷମତା ଦିଆଯାଇଛି
CONFIG_VGA_SWITCHEROO ବିନ୍ୟାସ ବିକଳ୍ପ ବର୍ତ୍ତମାନ ପୂର୍ବନିର୍ଦ୍ଧାରିତ ଭାବରେ ସକ୍ରିୟ କରାଯାଇଛି ଯାହାଫଳରେ ଦୁଇଟି ଆଲେଖିକ କାର୍ଡ ମଧ୍ଯରେ ଅଦଳବଦଳ କରାଯାଇଥାଏ।

ଅଧ୍ଯାୟ 2. ଉପକରଣ ଡ୍ରାଇଭରଗୁଡ଼ିକ

BFA ଡ୍ରାଇଭର ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ
ବ୍ରୋକେଡ BFA ଫାଇବର ଚ୍ୟାନେଲ ଏବଂ FCoE ଡ୍ରାଇଭର ଏକ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ନୁହଁ। Red Hat Enterprise Linux 6.3 ରେ BFA ଡ୍ରାଇଭର ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ।
BNA ଡ୍ରାଇଭର ସମ୍ପୂର୍ଣ୍ଣ ଭାବରେ ସହାୟତାପ୍ରାପ୍ତ
ବ୍ରୋକେଡ 10Gb PCIe ଇଥରନେଟ ନିୟନ୍ତ୍ରକଗୁଡ଼ିକ ପାଇଁ ବ୍ରୋକେଡ BNA ଡ୍ରାଇଭର ଏପର୍ଯ୍ୟନ୍ତ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ନାହିଁ। Red Hat Enterprise Linux 6.3 ରେ BNA ଡ୍ରାଇଭର ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ।
be2net ଡ୍ରାଇଭରରେ SR-IOV
ଏମୁଲେକ୍ସର SR-IOV ଫଳନ be2net ଡ୍ରାଇଭରକୁ ପ୍ରଯୁକ୍ତଜ୍ଞାନ ପ୍ରାକଦର୍ଶନ ଭାବରେ Red Hat Enterprise Linux 6.3 ରେ ଗ୍ରହଣ କରାଯାଇଛି। SR-IOV ସହାୟତାର ନୂତନତମ ସଂସ୍କରଣକୁ ବ୍ୟବହାର କରିବା ପାଇଁ ଆପଣଙ୍କୁ ନିଶ୍ଚିତ ଭାବରେ ନିମ୍ନଲିଖିତ ଆବଶ୍ୟକତାକୁ ପୁରଣ କରିବାକୁ ହେବ:
  • ଆପଣଙ୍କୁ ନିଶ୍ଚିତ ଭାବରେ ନୂତନତମ ଏମୁଲେକ୍ସ ଫର୍ମୱେର ଚଲାଇବାକୁ ହେବ (ସଂଶୋଧନ 4.1.417.0 ଅଥବା ପରବର୍ତ୍ତୀ)।
  • ସର୍ଭର ତନ୍ତ୍ର BIOS ନିଶ୍ଚିତ ଭାବରେ SR-IOV ଫଳନକୁ ସହାୟତା କରିବା ଉଚିତ ଏବଂ ସିଧାସଳଖ I/O VT-d ପାଇଁ ଆଭାସୀକରଣ ସହାୟତା ପାଇବା ଉଚିତ।
  • ଆପଣଙ୍କୁ Red Hat Enterprise Linux 6.3 ର GA ସଂସ୍କରଣକୁ ବ୍ୟବହାର କରିବା ଉଚିତ।
SR-IOV ସମସ୍ତ ଏମୁଲେକ୍ସ-ନାମିତ ଏବଂ BE3-ଆଧାରିତ OEM ପ୍ରକାର ହାର୍ଡୱେର ଉପରେ ଚାଲିଥାଏ, ଯାହାକି be2net ଡ୍ରାଇଭର ସଫ୍ଟୱେର ଆବଶ୍ୟକ କରିଥାଏ।
ସଂରକ୍ଷଣ ଡ୍ରାଇଭରଗୁଡ଼ିକ
  • Red Hat Enterprise Linux 6.3 ରେ mtip32xx ଡ୍ରାଇଭର ଅନ୍ତର୍ଭୁକ୍ତ ଯାହାକି ମାଇକ୍ରୋନ RealSSD P320h PCIe SSD ଡ୍ରାଇଭର ପାଇଁ ସହାୟତା ଦେଇଥାଏ।
  • Emulex Fibre Channel Host Bus Adapters ପାଇଁ lpfc ଡ୍ରାଇଭରକୁ ସଂସ୍କରଣ 8.3.5.45.2pକୁ ଅଦ୍ୟତନ କରାଯାଇଛି।
  • mptfusion ଡ୍ରାଇଭରକୁ ସଂସ୍କରଣ 3.04.20 କୁ ଅଦ୍ଯତନ କରାଯାଇଛି।
  • Broadcom Netxtreme II 57712 ଚିପ ପାଇଁ bnx2fc କୁ ସଂସ୍କରଣ 1.0.11 କୁ ଅଦ୍ୟତନ କରାଯାଇଛି।
  • QLogic ଫାଇବର ଚ୍ୟାନେଲ HBA ଗୁଡ଼ିକ ପାଇଁ qla2xxx କୁ ସଂସ୍କରଣ 8.04.00.02.06.3-k କୁ ଅଦ୍ୟତନ କରାଯାଇଛି। Red Hat Enterprise Linux 6.3 ପାଇଁ qla2xxx ଡ୍ରାଇଭର ଅଦ୍ୟତନ ବର୍ତ୍ତମାନ SCSI ମଧ୍ଯବର୍ତ୍ତୀ-ସ୍ତରର ସାଧାରଣ ସଂକେତର ଲାଭ ପାଇଥାଏ ଯାହାକି ସନ୍ଦେଶଗୁଡିକର ନିୟନ୍ତ୍ରଣ କରିଥାଏ। ପୂର୍ବରୁ, ଏହି ସଂକେତ qla2xxx ଡ୍ରାଇଭରରେ ଥାଏ। API ସୁସଙ୍ଗତତାକୁ ପରିଚାଳନା କରିବା ପାଇଁ, ql2xqfulltracking ଏବଂ ql2xqfullrampup ମଡ୍ୟୁଲ ପ୍ରାଚଳଗୁଡ଼ିକୁ ସେହି ଡ୍ରାଇଭରରେ ରଖାଯାଇଥାଏ।
    ଏହା ସହିତ, ଏହି ଅଦ୍ୟତନ ମଧ୍ଯ ISP82xx ଏବଂ ISP83xx ପାଇଁ ସହାୟତା ଦେଇଥାଏ, ଏବଂ ଅସ୍ଥାୟୀ ଲଗଇନ କାର୍ଯ୍ୟ ଯୋଗ କରିଥାଏ।
  • qla4xxxx କୁ ସଂସ୍କରଣ 5.02.00.00.06.03-k1 କୁ ଅଦ୍ୟତନ କରାଯାଇଛି, ଯାହାକି port_state, port_speed, ଏବଂ targetalias କୁ sysfs ଫାଇଲତନ୍ତ୍ରରେ ସହାୟତା ଦେଇଥାଏ।
  • megaraid ଡ୍ରାଇଭରକୁ ସଂସ୍କରଣ 00.00.06.14-rh1 କୁ ଅଦ୍ଯତନ କରାଯାଇଛି।
  • ipr ଡ୍ରାଇଭର IBM Power Linux RAID SCSI HBA ଗୁଡ଼ିକ ପାଇଁ SAS VRAID ଫଳନକୁ ସକ୍ରିୟ କରିବାକୁ ଅଦ୍ୟତନ କରାଯାଇଛି।
  • cciss ଡ୍ରାଇଭରକୁ ପୁରୁଣା ନିୟନ୍ତ୍ରକଗୁଡ଼ିକୁ kdump ବ୍ଲାକଲିଷ୍ଟରେ ଯୋଗ କରିବା ପାଇଁ ଅଦ୍ୟତନ କରାଯାଇଛି।
  • hpsa ଡ୍ରାଇଭରକୁ kdump ବ୍ଲାକଲିଷ୍ଟରେ ପୁରୁଣା ନିୟନ୍ତ୍ରକଗୁଡ଼ିକୁ ଯୋଗ କରିବା ପାଇଁ ସଂସ୍କରଣ 2.0.2-4 କୁ ଅଦ୍ୟତନ କରାଯାଇଛି।
  • Broadcom NetXtreme II iSCSI କୁ bnx2i ଡ୍ରାଇଭର ପାଇଁ ସଂସ୍କରଣ 2.7.2.1 କୁ ଅଦ୍ୟତନ କରାଯାଇଛି ଯିଏକି 578xx ସମୀହକୁ ଏକାଧିକ-ପୋର୍ଟ ବିଶିଷ୍ଟ- ଚିପ 10G ଇଥରନେଟ ଅଭିମୂଖ ନିୟନ୍ତ୍ରକଗୁଡ଼ିକୁ ସମର୍ଥନ କରିଥାଏ।
  • mpt2sas ଡ୍ରାଇଭରକୁ ସଂସ୍କରଣ 12.101.00.00 କୁ ଅଦ୍ୟତନ କରାଯାଇଛି, NUNA I/O ସହାୟତା ଯୋଗ କରି ଯାହାକି HBA ଗୁଡ଼ିକର ଏକାଧିକ ଉତ୍ତର କ୍ରମକୁ ସହାୟତା ଦେଇଥାଏ।
  • mptsas ଡ୍ରାଇଭରକୁ ନିମ୍ନଲିଖିତ ଉପକରଣ ID ଯୋଗ କରିବା ପାଇଁ ଅଦ୍ୟତନ କରାଯାଇଛି: SAS1068_820XELP.
  • Brocade BFA FC SCSI ଡ୍ରାଇଭରକୁ (bfa ଡ୍ରାଇଭର)ସଂସ୍କରଣ 2.3.2.4 କୁ ଅଦ୍ୟତିତ କରାଯାଇଛି।
  • ServerEngines BladeEngine 2 Open iSCSI ଉପକରଣଗୁଡ଼ିକ ପାଇଁ be2iscsi ଡ୍ରାଇଭରକୁ ସଂସ୍କରଣ 4.0.160r କୁ ଅଦ୍ୟତନ କରାଯାଇଛି।
  • Intel DH89xxCC PCH ପାଇଁ AHCI-mode SATA DeviceID କୁ ଯୋଗ କରିବା ପାଇଁ ahci.c ଡ୍ରାଇଭରକୁ ଅଦ୍ୟତନ କରାଯାଇଛି।
  • ନୂତନତମ Intel ହାର୍ଡୱେର ସହାୟତା, ଉନ୍ନତି, ଏବଂ ତ୍ରୁଟି ନିବାରଣଗୁଡ଼ିକୁ ପାଇବା ପାଇଁ isci ଡ୍ରାଇଭରକୁ ସଂସ୍କରଣ 1.1 କୁ ଅଦ୍ୟତନ କରାଯାଇଛି।
  • isci sata ଡ୍ରାଇଭରକୁ T10 DIF ସହାୟତା ଦେବା ପାଇଁ ଅଦ୍ୟତନ କରାଯାଇଛି।
  • libfc, libfcoe, ଏବଂfcoe ଡ୍ରାଇଭରଗୁଡ଼ିକୁ ବିଭିନ୍ନ ତ୍ରୁଟି ସମାଧାନ ଏବଂ ଅନେକ ଉନ୍ନତିକୁ ଯୋଗ କରିବା ପାଇଁ ଅଦ୍ୟତନ କରାଯାଇଛି।
  • libsas ଡ୍ରାଇଭରକୁ ଅଦ୍ୟତନ କରାଯାଇଛି।
  • qib ଡ୍ରାଇଭରକୁ TrueScale HCAs ପାଇଁ ଅଦ୍ୟତନ କରାଯାଇଛି।
  • libata ମଡ୍ୟୁଲକୁ ବିଭିନ୍ନ ତ୍ରୁଟି ସମାଧାନ ପାଇଁ ଅଦ୍ୟତନ କରାଯାଇଛି।
  • dm-raid ସଙ୍କେତକୁ ଫ୍ଲାଶ ସହାୟତା ଦେବା ପାଇଁ md ଡ୍ରାଇଭରରକୁ ଅଦ୍ୟତନ କରାଯାଇଛି।
  • ନିମ୍ନଲିଖିତ ଡ୍ରାଇଭରଗୁଡ଼ିକୁ ନୂତନତମ ସଂସ୍କରଣକୁ ଅଦ୍ୟତନ କରାଯାଇଛି: ahci, md/bitmap, raid0, raid1, raid10, ଏବଂ raid456.
  • aacraid ଡ୍ରାଇଭରକୁ ସଂସ୍କରଣ 1.1-7[28000] କୁ ଅଦ୍ୟତନ କରାଯାଇଛି।
ନେଟୱର୍କ ଡ୍ରାଇଭରଗୁଡ଼ିକ
  • NetXen Multi port (1/10) Gigabit ନେଟୱର୍କ ଉପକରଣ ପାଇଁ netxen ଡ୍ରାଇଭରକୁ ସଂସ୍କରଣ 4.0.77 କୁ ଅଦ୍ୟତନ କରାଯାଇଛି।
  • 578xx ପରିବାରର ଚିପଗୁଡ଼ିକୁ ସହାୟତା ଦେବା ପାଇଁ bnx2x ଡ୍ରାଇଭରକୁ ସଂସ୍କରଣ 7.2.16 କୁ ଅଦ୍ୟତନ କରାଯାଇଛି।
  • be2net ଡ୍ରାଇଭରକୁ ServerEngines BladeEngine2 10Gbps ନେଟୱର୍କ ଉପକରଣଗୁଡ଼ିକ ପାଇଁ ସଂସ୍କରଣ 4.2.5.0r କୁ ଅଦ୍ୟତନ କରାଯାଇଛି।
  • ନୂତନ ହାର୍ଡୱେର ସହାୟତା, ଉନ୍ନତି, ଏବଂ ତ୍ରୁଟି ସମାଧାନ ପାଇବା ପାଇଁ ixgbevf ଡ୍ରାଇଭରକୁ ସଂସ୍କରଣ 2.2.0-k କୁ ଅଦ୍ୟତନ କରାଯାଇଛି।
  • cxgb4 ଡ୍ରାଇଭରକୁ Chelsio Terminator4 10G ୟୁନିମିଫାଏଡ଼ ନେଟୱର୍କ ନିୟନ୍ତ୍ରକଗୁଡ଼ିକ ପାଇଁ ଅଦ୍ୟତନ କରାଯାଇଛି।
  • cxgb3 ଡ୍ରାଇଭର Chelsio T3 ପରିବାରର ନେଟୱର୍କ ଉପକରଣଗୁଡ଼ିକ ପାଇଁ ଅଦ୍ୟତନ କରାଯାଇଛି।
  • ନୂତନ ହାର୍ଡୱେର ସହାୟତା, ଉନ୍ନତି, ଏବଂ ତ୍ରୁଟି ସମାଧାନ ପାଇବା ପାଇଁ Intel 10 Gigabit PCI ଏକ୍ସପ୍ରେସ ନେଟୱର୍କ ଉପକରଣ ପାଇଁ ixgbe ଡ୍ରାଇଭରକୁ ସଂସ୍କରଣ 3.6.7-k କୁ ଅଦ୍ୟତନ କରାଯାଇଛି।
  • e1000e ଡ୍ରାଇଭରକୁ Intel PRO/1000 ନେଟୱର୍କ ଉପକରଣଗୁଡ଼ିକ ପାଇଁ ଅଦ୍ୟତନ କରାଯାଇଛି।
  • e1000e ଡ୍ରାଇଭରକୁ Intel PRO/1000 ନେଟୱର୍କ ଉପକରଣଗୁଡ଼ିକ ପାଇଁ ଅଦ୍ୟତନ କରାଯାଇଛି।
  • e100 ଡ୍ରାଇଭରକୁ ଅଦ୍ୟତନ କରାଯାଇଛି।
  • enic ଡ୍ରାଇଭରକୁ Cisco 10G ଇଥରନେଟ ଉପକରଣଗୁଡ଼ିକ ପାଇଁ SR-IOV ସହାୟତା ଯୋଗକରି ସଂସ୍କରଣ 2.1.1.35 କୁ ଅଦ୍ୟତନ କରାଯାଇଛି।
  • igbvf ଡ୍ରାଇଭରକୁ (Intel Gigabit Virtual Function Network driver) ସଂସ୍କରଣ 2.0.1-k କୁ ଅଦ୍ୟତନ କରାଯାଇଛି।
  • igb ଡ୍ରାଇଭକୁ Intel Gigabit Ethernet Adapters ପାଇଁ ସଂସ୍କରଣ 3.2.10-k କୁ ଅଦ୍ୟତନ କରାଯାଇଛି, ନୂତନ ହାର୍ଡୱେର ସହାୟତା, ଉନ୍ନତି, ଏବଂ ତ୍ରୁଟି ସମାଧାନ ପ୍ରଦାନ କରି।
  • bnx2 ଡ୍ରାଇଭର NetXtreme II 1 Gigabit ଇଥରନେଟ ନିୟନ୍ତ୍ରକଗୁଡ଼ିକ ପାଇଁ ସଂସ୍କରଣ 1.0.11 କୁ ଅଦ୍ୟତନ କରାଯାଇଛି।
  • tg3 ଡ୍ରାଇଭର Broadcom Tigon3 ଇଥରନେଟ ଉପକରଣଗୁଡ଼ିକ ପାଇଁ ସଂସ୍କରଣ 3.120+ କୁ ଅଦ୍ୟତନ କରାଯାଇଛି।
  • qlcnic ଡ୍ରାଇଭର HP NC-Series QLogic 10 Gigabit ସର୍ଭର ଏଡ଼ପଟର ପାଇଁ ସଂସ୍କରଣ 5.0.26 କୁ ଅଦ୍ୟତନ କରାଯାଇଛି।
  • bna ଡ୍ରାଇଭରକୁ ଅଦ୍ୟତନ କରାଯାଇଛି।
  • r8169 ଡ୍ରାଇଭରକୁନୂତନ Realtek NICs (8168D/8168DP/8168E/8168EV) କୁ ସହାୟତା ଦେବା ପାଇଁ ଏବଂ ପୁରୁଣା NIC ଗୁଡ଼ିକୁ ଭରଷାଯୋଗ୍ୟ କରିବା ପାଇଁ ଅଦ୍ୟତନ କରାଯାଇଛି।
  • qlge ଡ୍ରାଇଭରକୁ ସଂସ୍କରଣ v1.00.00.30 କୁ ଅଦ୍ୟତନ କରାଯାଇଛି।
  • cnic ଡ୍ରାଇଭରକୁ ସଂସ୍କରଣ 2.5.9 କୁ ଅଦ୍ୟତନ କରାଯାଇଛି, ଯାହାକି ତ୍ରୁଟି ସନ୍ଧାନକୁ bnx2x ଉପକରଣରେ ଉନ୍ନତ କରିଥାଏ, FCoE ଯୁଗଳ ତ୍ରୁଟି ସନ୍ଧାନ ୟୋଗ କରିଥାଏ, ସର୍ବାଧିକ ପରିମାଣର FCoE ଅଧିବେଶନ ବୃଦ୍ଧି କରିଥାଏ, ଏବଂ ଅନ୍ୟାନ୍ୟ ଉନ୍ନତି ପ୍ରଦାନ କରିଥାଏ।
  • iwl6000 ଏବଂ iwlwifi ଡ୍ରାଇଭରଗୁଡ଼ିକୁ Intel Centrino Wireless-N 6235 କ୍ରମର Wi-Fi ଏଡାପଟରଗୁଡ଼ିକୁ ସହାୟତା ଦେବା ପାଇଁ ଅଦ୍ୟତନ କରାଯାଇଛି। iwlwifi ମଧ୍ଯ 5GHz ବ୍ୟାଣ୍ଡକୁ ନିଷ୍କ୍ରିୟ କରିବା ପାଇଁ ବିକଳ୍ପକୁ ଯୋଗ କରିପାରିବ।
  • ବେତାର LAN ଉପତନ୍ତ୍ରକୁ ଅଦ୍ୟତନ କରାଯାଇଛି। ଏହା dma_unmap ସ୍ଥିତି API କୁ ଆରମ୍ଭ କରିଥାଏ ଏବଂ ନୂତନ କର୍ଣ୍ଣଲ ଶୀର୍ଷକ ଫାଇଲ ଯୋଗ କରିଥାଏ: include/linux/pci-dma.h.
ବିବିଧ ଡ୍ରାଇଭରଗୁଡ଼ିକ
  • i915 ଡ୍ରାଇଭରକୁ ଅଦ୍ୟତନ କରାଯାଇଛି।
  • ବିଭିନ୍ନ ଆଲେଖିକ ଡ୍ରାଇଭରଗୁଡ଼ିକୁ DRM ସହାୟତା ସହିତ ସଂସ୍କରଣ 3.3-rc2 ରେ ପୁନଃସ୍ଥାପନ କରାଯାଇଛି।
  • Wacom ଡ୍ରାଇଭରକୁ wacompl ପ୍ୟାକେଜକୁ ପୁରୁଣା କରି ଏବଂ wdaemon ପ୍ୟାକେଜକୁ ଖାରଜ କରି ଅଦ୍ୟତନ କରାଯାଇଛି।
  • ALSA HDA ଧ୍ୱନି ଡ୍ରାଇଭରକୁ ନୂତନ ଚିପସେଟ ଏବଂ HDA ଧ୍ୱନି ସଂକେତଗୁଡ଼ିକ ପାଇଁ ସହାୟତାକୁ ସକ୍ରିୟ କିମ୍ବା ଉନ୍ନତ କରିବାକୁ ଅଦ୍ୟତନ କରାଯାଇଛି।
  • btusb ଡ୍ରାଇଭରକୁ Broadcom BCM20702A0 ଏକକ-ଚିପ ବ୍ଲୁଟୁଥ ସଞ୍ଚାଳକକୁ ସହାୟତା ଦେବା ପାଇଁ ଅଦ୍ୟତନ କରାଯାଇଛି।
  • k10temp ଡ୍ରାଇଭରକୁ hwmon ଉପତନ୍ତ୍ରରୁ AMD 12h/14h/15h ପରିବାରର CPU ଗୁଡ଼ିକୁ ସହାୟତା ଦେବା ପାଇଁ ଅଦ୍ୟତନ କରାଯାଇଛି।
  • ALPS ଟଚପ୍ୟାଡ ଡ୍ରାଇଭରକୁ ALPS ଟଚପ୍ୟାଡ ପ୍ରୋଟୋକଲ ସଂସ୍କରଣ 3 ଏବଂ 4 କୁ ସହାୟତା ଦେବା ପାଇଁ, ଏବଂ 4-ଦିଗ ବିଶିଷ୍ଟ ଟଚପ୍ଯାଡ ବଟନଗୁଡ଼ିକରେ ସହାୟତା ଯୋଗକରିବା ପାଇଁ ଅଦ୍ୟତନ କରାଯାଇଛି।
  • jsm ଡ୍ରାଇଭରକୁ ଉନ୍ନତ ତ୍ରୁଟି ନିୟନ୍ତ୍ରଣ (EEH) ଯୋଗ କରିବା ପାଇଁ ଅଦ୍ୟତନ କରାଯାଇଛି।
  • mlx4_en ଡ୍ରାଇଭରକୁ ସଂସ୍କରଣ 2.0 କୁ ଅଦ୍ୟତନ କରାଯାଇଛି।
  • mlx4_core ଡ୍ରାଇଭରକୁ ସଂସ୍କରଣ 1.1 କୁ ଅଦ୍ୟତନ କରାଯାଇଛି।

ଅଧ୍ଯାୟ 3. ନେଟୱର୍କିଙ୍ଗ

QFQ ପଙ୍କ୍ତିକରଣ ନିୟମାବଳୀ
Red Hat Enterprise Linux 6.3ରେ, tc ଉପଯୋଗିତାକୁ Quick Fair Scheduler (QFQ) କର୍ଣ୍ଣଲ ବିଶେଷତାରେ କାର୍ଯ୍ୟକରିବା ପାଇଁ ଅଦ୍ୟତନ କରାଯାଇଛି। ବ୍ୟବହାରକାରୀମାନେ ବ୍ୟବହାରକାରୀ ସ୍ଥାନରୁ ବର୍ତ୍ତମାନ ନୂତନ QFQ ଯାତାୟାତ ପଙ୍କ୍ତିକରଣ ନିୟମାବଳୀର ଲାଭ ଉଠାଇଥାଏ। ଏହି ବିଶେଷତାକୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଗ୍ରହଣ କରାଯାଇଛି।
rdma_bw ଏବଂ rdma_last ଉପଯୋଗିତାଗୁଡ଼ିକ ପୁରୁଣା ହୋଇଛି
rdma_bw ଏବଂ rdma_lat ଉପଯୋଗିତା ( perftest ପ୍ୟାକେଜ ଦ୍ୱାରା ପ୍ରଦତ୍ତ) ଗୁଡ଼ିକ ବର୍ତ୍ତମାନ ପୁରୁଣା ହୋଇଛି ଏବଂ ପ୍ୟାକେଜରୁ ବାହାର କରାଯାଇଛି ଭବିଷ୍ୟତ ଅଦ୍ୟତନରେ perftest ପ୍ୟାକେଜ। ବ୍ୟବହାରକାରୀମାନେ ଏହା ପରିବର୍ତ୍ତେ ନିମ୍ନଲିଖିତ ଉପଯୋଗିତାକୁ ବ୍ୟବହାର କରିବା ଉଚିତ: ib_write_bw, ib_write_lat, ib_read_bw, ଏବଂ ib_read_lat.

ଅଧ୍ଯାୟ 4. ଉତ୍ସ ପରିଚାଳନା

ନେଟୱର୍କ ଅଗ୍ରାଧୀକାର cgroup ଉତ୍ସ ନିୟନ୍ତ୍ରକ
Red Hat Enterprise Linux 6.3 ନେଟୱର୍କ ଅଗ୍ରାଧୀକାର (net_prio) ଉତ୍ସ ନିୟନ୍ତ୍ରକ ଆରମ୍ଭ କରିଥାଏ, ଯାହାକି ସ୍ୱୟଂଚାଳିତ ଭାବରେ ନେଟୱର୍କ ଯାତାୟାତକୁ ବିଭିନ୍ନ cgroups ମଧ୍ଯରେ ପ୍ରତ୍ୟେକ ଅନ୍ତରାପୃଷ୍ଠରେ ସେଟ କରିବା ପାଇଁ ଉପାୟ ଦର୍ଶାଇଥାଏ। ଅଧିକ ସୂଚନା ପାଇଁ, Resource Management Guide କୁ ଅନୁସରଣ କରନ୍ତୁ।
cgroups ପାଇଁ OOM ନିୟନ୍ତ୍ରଣ ଏବଂ ବିଜ୍ଞପ୍ତି API
ସ୍ମୃତିସ୍ଥାନ ଉତ୍ସ ନିୟନ୍ତ୍ରକ ଏକ ସ୍ମୃତିସ୍ଥାନ ଅଭାବ (OOM) ବିଜ୍ଞପ୍ତିକୁ ନିୟୋଜନ କରିଥାଏ ଯାହାକି ନୂତନ ବିଜ୍ଞପ୍ତି API କୁ ବ୍ୟବହାର କରିଥାଏ। ସକ୍ରିୟ ଥିବା ସମୟରେ (echo 1 > memory.oom_control କୁ ନିଷ୍ପାଦନ କରି), ଏକ ପ୍ରୟୋଗକୁ eventfd ମାଧ୍ଯମରେ ସୂଚାଇଥାଏ ଯେତେବେଳେ OOM ଘଟିଥାଏ। ମନେରଖନ୍ତୁ ଯେ OOM ବିଜ୍ଞପ୍ତି ରୁଟ cgroups ପାଇଁ କାମ କରିନଥାଏ।
ନୂତନ numad ପ୍ଯାକେଜ
numad ପ୍ୟାକେଜ NUMA (Non-Uniform Memory Architecture) ତନ୍ତ୍ର ପାଇଁ ଏକ ଡେମନ ପ୍ରଦାନ କରିଥାଏ ଯାହାକି NUMA ଗୁଣଧର୍ମକୁ ନିରୀକ୍ଷଣ କରିଥାଏ। ହସ୍ତକୃତ ସ୍ଥାୟୀ CPU ପିନିଙ୍ଗ ଏବଂ ସ୍ମୃତିସ୍ଥାନ ବଣ୍ଟନ ଭାବରେ, numad ସ୍ୱୟଂଚାଳିତ ସ୍ମୃତିସ୍ଥାନ ବିଳମ୍ବତାକୁ କମ କରିଥାଏ। ସେହି ପ୍ୟାକେଜ ଏକ ଅନ୍ତରାପୃଷ୍ଠ ପ୍ରଦାନ କରିଥାଏ ଯାହାକି numad ଡେମନକୁ ଉତ୍ତମ ଭାବରେ ବ୍ୟବହାର କରିଥାଏ। numad ପ୍ୟାକେଜକୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଆରମ୍ଭ କରାଯାଇଛି।

ଅଧ୍ଯାୟ 5. ବୈଧିକରଣ ଏବଂ ପାରସ୍ପରିକ କାର୍ଯ୍ୟଦକ୍ଷତା

SSH କିଗୁଡ଼ିକର କେନ୍ଦ୍ରିୟ ପରିଚାଳନା ପାଇଁ ସହାୟତା
ପୂର୍ବେ, ହୋଷ୍ଟ ଏବଂ ବ୍ୟବହାରକାରୀ SSH ସର୍ବସାଧାରଣ କି କୁ କେନ୍ଦ୍ରିୟ ଭାବରେ ପରିଚାଳନା କରିବା ସମ୍ଭବ ହେଉନଥିଲା। Red Hat Enterprise Linux 6.3 ରେ SSH ସର୍ବସାଧାରଣ କି ପରିଚାଳନା ଏବଂ ପରିଚୟପରିଚାଳନାକୁ ପ୍ରଯୁକ୍ତଜ୍ଞାନ ପ୍ରାକଦର୍ଶନ ଭାବରେ ଅନ୍ତର୍ଭୁକ୍ତ କରାଯାଇଛି। ପରିଚୟ ପରିଚାଳନା ଗ୍ରାହକମାନଙ୍କ ପାଖରେ OpenSSH ସ୍ୱୟଂଚାଳିତ ଭାବରେ ସର୍ବସାଧାରଣ କିଗୁଡ଼ିକୁ ବ୍ୟବହାର କରିବା ପାଇଁ ବିନ୍ୟାସିତ ହୋଇଥାଏ ଯାହାକି ପରିଚୟ ପରିଚାଳନା ସର୍ଭରରେ ସଂରକ୍ଷିତ ହୋଇଥାଏ। SSH ହୋଷ୍ଟ ଏବଂ ବ୍ୟବହାରକାରୀ ପରିଚୟ ବର୍ତ୍ତମାନ ପରିଚୟ ପରିଚାଳନାରେ କେନ୍ଦ୍ରିୟ ଭାବରେ ପରିଚାଳିତ ହେବ।
SELinux ବ୍ୟବହାରକାରୀ ମେଳକ
Red Hat Enterprise Linux 6.3 ସୁଦୂର ତନ୍ତ୍ରରେ ଥିବା ବ୍ୟବହାରକାରୀଙ୍କ SELinux ପ୍ରସଙ୍ଗକୁ ନିୟନ୍ତ୍ରଣ କରିବା ପାଇଁ କ୍ଷମତା ପ୍ରଦାନ କରିଥାଏ। SELinux ବ୍ୟବହାରକାରୀ ମେଳକ ନିୟମକୁ ବ୍ୟାଖ୍ୟା କରିହେବ ଏବଂ, ବୈକଳ୍ପିକ ଭାବରେ, HBAC ନିୟମାବଳୀ ସହିତ ସମ୍ପୃକ୍ତ ହୋଇଥାଏ। ଏହି ମେଳକ ବ୍ୟବହାରକାରୀ ଗ୍ରହଣ କରିଥିବା ପ୍ରସଙ୍ଗକୁ ସେମାନେ ଲଗଇନ ହେଉଥିବା ହୋଷ୍ଟ ଏବଂ ଶ୍ରେଣୀ ସଦସ୍ୟତା ଉପରେ ନିର୍ଭର କରି ବ୍ୟାଖ୍ୟା କରିଥାଏ। ଯେତେବେଳେ ଏକ ବ୍ୟବହାରକାରୀ ସୁଦୂର ହୋଷ୍ଟରେ ଲଗଇନ କରିଥାଏ ଯାହାକି SSSD କୁ ପରିଚୟ ପରିଚାଳନା ପୃଷ୍ଠଭୂମି ସହିତ ବ୍ୟବହାର କରିବା ପାଇଁ ବିନ୍ୟାସିତ ହୋଇଥାଏ, ବ୍ୟବହାରକାରୀଙ୍କ SELinux ପ୍ରସଙ୍ଗ ସ୍ୱୟଂଚାଳିତ ଭାବରେ ମେଳକ ନିୟମ ଅନୁସାରେ ସେହି ଚାଳକ ପାଇଁ ସେଟ ହୋଇଥାଏ। ଅଧିକ ସୂଚନା ପାଇଁ, http://freeipa.org/page/SELinux_user_mapping କୁ ଅନୁସରଣ କରନ୍ତୁ। ଏହି ବିଶେଷତାକୁ ଏକ ପ୍ରଯୁକ୍ତଜ୍ଞାନ ପ୍ରାକଦର୍ଶନ ଭାବରେ ଗ୍ରହଣ କରାଯାଇଛି।
sshd ପାଇଁ ବୈଧିକରଣର ଏକାଧିକ ଆବଶ୍ୟକୀୟ ପଦ୍ଧତି
SSH ବର୍ତ୍ତମାନ ଆବଶ୍ୟକୀୟ ଏକାଧିକ ବୈଧିକରଣ ଉପାୟ ପାଇଁ ବ୍ୟବସ୍ଥା କରିପାରିବ (ଯେଉଁଠି ପୂର୍ବରୁ SSH ଏକାଧିକ ବୈଧିକରଣ ଉପାୟକୁ ଅନୁମତି ଦେଇଥାଏ ଯାହା ମଧ୍ଯରୁ କେବଳ ଗୋଟିଏ ଉପାୟ ସଫଳ ଲଗଇନ ପାଇଁ ଆବଶ୍ୟକ); ଉଦାହରଣ ସ୍ୱରୂପ, SSH-ସକ୍ରିୟ ଯନ୍ତ୍ରରେ ଲଗଇନ କରିବା ପାଇଁ ଉଭୟ ପ୍ରବେଶ ସଂକେତ ଏବଂ ସର୍ବଶାଧାରଣ କି ଆବଶ୍ୟକRequiredAuthentications1 ଏବଂRequiredAuthentications2 ବିକଳ୍ପଗୁଡ଼ିକୁ /etc/ssh/sshd_config ଫାଇଲରେ ବୈଧିକରଣ ପାଇଁ ବିନ୍ୟାସ କରିହେବ ଯାହାକି ସଫଳ ଲଗଇନ ପାଇଁ ଆବଶ୍ୟକ। ଉଦାହରଣ ସ୍ୱରୂପ:
~]# echo "RequiredAuthentications2 publickey,password" >> /etc/ssh/sshd_config
ଉପରଲିଖିତ /etc/ssh/sshd_config ବିକଳ୍ପଗୁଡ଼ିକ ବିଷୟରେ ଅଧିକ ତଥ୍ୟ ପାଇଁ, sshd_config man ପୃଷ୍ଠାକୁ ଦେଖନ୍ତୁ।
ସ୍ୱୟଂ ସ୍ଥାପନ ମେଳକ କ୍ୟାଶିଙ୍ଗ ପାଇଁ SSSD
Red Hat Enterprise Linux 6.3 ରେ, SSSD ଏକ ନୂତନ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନକୁ ଅନ୍ତର୍ଭୁକ୍ତ କରିଥାଏ: ସ୍ୱୟଂସ୍ଥାପନ ମେଳକ କ୍ୟାଶିଙ୍ଗ ପାଇଁ ସହାୟତା କରିଥାଏ। ଏହି ବିଶେଷତା ଅନେକ ଉନ୍ନତି ପ୍ରଦାନ କରିଥାଏ ଯାହାକି autofs ସହିତ ଚାଲିଥାଏ:
  • କ୍ୟାଶେରେ ଥିବା ସ୍ୱୟଂସ୍ଥାପନ ମେଳକ ଏହାକୁ କ୍ଲାଏଣ୍ଟ ତନ୍ତ୍ର ପାଇଁ LDAP ସର୍ଭର ଅପହଞ୍ଚ ଥିଲେ ମଧ୍ଯ ସ୍ଥାପନ କାର୍ଯ୍ୟ କରିବାକୁ ସହଜମୟ କରିଥାଏ, କିନ୍ତୁ NFS ସର୍ଭର ପହଞ୍ଚ ଦୂରତାରେ ଥାଏ।
  • ଯେତେବେଳେ autofs ଡେମନ SSSD ମାଧ୍ଯମରେ ସ୍ୱୟଂସ୍ଥାପନ ମେଳକକୁ ଦେଖିବା ପାଇଁ ବିନ୍ୟାସିତ ହୋଇଥାଏ, ସେତେବେଳେ କେବଳ ଗୋଟିଏ ଫାଇଲକୁ ବିନ୍ୟାସ କରିବାକୁ ହେବ: /etc/sssd/sssd.conf. ପୂର୍ବରୁ, /etc/sysconfig/autofs ଫାଇଲକୁ autofs ତଥ୍ୟ ପାଇବା ପାଇଁ ବିନ୍ୟାସ କରାଯାଇଥାଏ।
  • ସ୍ୱୟଂସ୍ଥାପନ ମେଳକଗୁଡ଼ିକୁ କ୍ୟାଶେ କରିବା ଫଳସ୍ୱରୂପ କ୍ଲାଏଣ୍ଟ ତୀବ୍ରତର କାର୍ଯ୍ୟ କରିଥାଏ ଏବଂ LDAP ସର୍ଭରରେ ଯାତାୟାତ କମ ହୋଇଥାଏ।
SSSD debug_level ଆଚରଣରେ ଥିବା ପରିବର୍ତ୍ତନ
SSSD debug_level ବିକଳ୍ପର ଆଚରଣକୁ /etc/sssd/sssd.conf ଫାଇଲରେ ପରିବର୍ତ୍ତନ କରିଛି। ପୂର୍ବେ, ଏହା debug_level ବିକଳ୍ପକୁ [sssd] ସଂରଚନା ବିଭାଗରେ ସେଟ କରିବାରେ ସମ୍ଭବ ହୋଇଥାଏ ଏବଂ ଫଳାଫଳସ୍ୱରୂପ ତାହା ପୂର୍ବନିର୍ଦ୍ଧାରିତ ସଂରଚନା ହୋଇଥାଏ, ଅନ୍ୟଥା ସେମାନେ ଏହାକୁ କାର୍ଯ୍ୟକାରୀ କରିନଥାନ୍ତେ।
ଆଭ୍ୟନ୍ତରୀଣ ତ୍ରୁଟିନିବାରଣ ଲଗଇନ ବିଶେଷତା ପାଇଁ ଅନେକ ପରିବର୍ତ୍ତନ ଆବଶ୍ୟକ ଯାହାକି debug_level ବିକଳ୍ପ ନିଶ୍ଚିତ ଭାବରେ [sssd] ବିଭାଗରୁ ପୂର୍ବନିର୍ଦ୍ଧାରିତ ମୂଲ୍ୟକୁ ନ ଆଣି, ସ୍ୱାଧୀନ ଭାବରେ ସଂରଚନା ଫାଇଲର ପ୍ରତ୍ୟେକ ବିଭାଗରେ ଉଲ୍ଲେଖ କରିବା ଉଚିତ।
ଫଳସ୍ୱରୂପ, SSSD ର ନୂତନତମ ସଂସ୍କରଣକୁ ଅଦ୍ୟତନ କରିବା ପରେ, ବ୍ୟବହାରକାରୀମାନେ ହୁଏତଃ ସେହି ସ୍ତରରେ ତ୍ରୁଟି ନିବାରଣ ଲଗ ପାଇବା ପାଇଁ ସେମାନଙ୍କର ସଂରଚନାକୁ ଅଦ୍ୟତନ କରିପାରନ୍ତି। SSSD କୁ ପ୍ରତ୍ୟେକ ତନ୍ତ୍ରରେ ବିନ୍ୟାସ କରୁଥିବା ବ୍ୟବହାରକାରୀମାନେ ସରଳ Python ବ୍ୟବହାର କରିଥାନ୍ତି ଯାହାକି ସେମାନଙ୍କର ସ୍ଥିତବାନ ସଂରଚନାକୁ ଅଦ୍ୟତନ କରିଥାଏ। ଏହାକୁ ନିମ୍ନଲିଖିତ ନିର୍ଦ୍ଦେଶକୁ ରୁଟ ଭାବରେ ଚଲାଇ ମଧ୍ଯ ହାସଲ କରିହେବ:
~]# python /usr/lib/python2.6/site-packages/sssd_update_debug_levels.py
ଏହି ଉପଯୋଗିତାଟି ନିମ୍ନଲିଖିତ ପରିବର୍ତ୍ତନଗୁଡ଼ିକୁ ସଂରଚନା ଫାଇଲରେ କାର୍ଯ୍ୟକାରୀ କରିଥାଏ: ଏହା debug_level ବିକଳ୍ପଟି [sssd] ବିଭାଗରେ ଉଲ୍ଲେଖ ହୋଇଛି କି ନାହିଁ ଯାଞ୍ଚ କରିଥାଏ। ଯଦି ତାହା ହୋଇଥାଏ, ତେବେ ଏହା ଅନ୍ୟ ସମସ୍ତ ବିଭାଗରେ ସେହି ମୂଲ୍ୟକୁ sssd.conf ଫାଇଲରେ ଯୋଗ କରିଥାଏ ଯାହା ପାଇଁ debug_level ଉଲ୍ଲେଖ ହୋଇନଥାଏ। ଯଦି debug_level ବିକଳ୍ପ ପୂର୍ବରୁ ଅନ୍ୟ ବିଭାଗରେ ଅବସ୍ଥିତ ନଥାଏ, ତେବେ ତାହା ଅପରିବର୍ତ୍ତି ରହେ।
କେନ୍ଦ୍ରିୟ ସଂରଚନା ପରିଚାଳନା ସାଧନ ଉପରେ ନିର୍ଭର କରୁଥିବା ବ୍ୟବହାରକାରୀମାନେ ଏହି ପରିବର୍ତ୍ତନଗୁଡ଼ିକୁ ହସ୍ତକୃତ ଭାବରେ ଉପଯୁକ୍ତ ସାଧନରେ କରିବା ଉଚିତ।
ନୂତନ ldap_chpass_update_last_change ବିକଳ୍ପ
ଏକ ନୂତନ ବିକଳ୍ପ, ldap_chpass_update_last_change କୁ, SSSD ସଂରଚନାରେ ଯୋଗ କରାଯାଇଛି। ଯଦି ଏହି ବିକଳ୍ପକୁ ସକ୍ରିୟ କରାଯାଏ, ତେବେ SSSD shadowLastChange LDAP ଗୁଣକୁ ପରିବର୍ତ୍ତନ କରିବା ପାଇଁ ଚେଷ୍ଟା କରିଥାଏ। ମେନରଖନ୍ତୁ ଯେ LDAP ପ୍ରବେଶ ସଂକେତ ନିୟମାବଳୀ ବ୍ୟବହାର ହେବା ସମୟରେ ଏହା କେବଳ ମାତ୍ର ଉପାୟ (ସାଧାରଣତଃ LDAP ସର୍ଭର ଦ୍ୱାରା ପରିଚାଳିତ ହୋଇଥାଏ), ଯାହାକି, LDAP ଅନୁଲମ୍ବିତ ପ୍ରୟୋଗକୁ ପ୍ରବେଶ ସଂକେତ ପରିବର୍ତ୍ତନ ପାଇଁ ବ୍ୟବହାର କରାଯାଇଥାଏ। ଏବଂ ମଧ୍ଯ ଏହାକୁ ମନେରଖନ୍ତୁ ଯେ ସେହି ଗୁଣକୁ ପ୍ରବେଶ ସଂକେତ ପରିବର୍ତ୍ତନ କରୁଥିବା ବ୍ୟବହାରକାରୀ ଦ୍ୱାରା ଲେଖି ହେଉଥିବ।

ଅଧ୍ଯାୟ 6. ଅଧିକାର

RHN ଉତ୍କୃଷ୍ଟରୁ ପ୍ରମାଣପତ୍ର-ଆଧାରିତ RHN କୁ ସ୍ଥାନାନ୍ତରଣ
Red Hat Enterprise Linux 6.3 RHN ଉତ୍କୃଷ୍ଟରୁ ପ୍ରମାଣପତ୍ର-ଆଧାରିତ RHN କୁ ସ୍ଥାନାନ୍ତରଣ ପାଇଁ ନୂତନ ସାଧନ ଅନ୍ତର୍ଭୁକ୍ତ କରିଥାଏ। ଅଧିକ ସୂଚନା ପାଇଁ, Red Hat Enterprise Linux 6 ନିୟୋଜନ ପୁସ୍ତିକା.
ସଦସ୍ୟତା ପରିଚାଳକ gpgcheck ଆଚରଣ
ସଦସ୍ୟତା ପରିଚାଳକ ବର୍ତ୍ତମାନ gpgcheck କୁ ଏହାକୁ ପରିଚାଳନା କରୁଥିବା ଯେ କୌଣସି ରେପୋଜିଟୋରୀ ପାଇଁ ନିଷ୍କ୍ରିୟ କରିଛି ଯେଉଁଥିରେ ଖାଲି gpgkey ଥାଏ। ସେହି ରେପୋଜିଟୋରୀକୁ ପୁନଃ-ସକ୍ରିୟଣ କରିବା ପାଇଁ, GPG କିଗୁଡ଼ିକୁ ଧାରଣ କରନ୍ତୁ, ଏବଂ ନିଶ୍ଚିତ କରନ୍ତୁ ଯେ ସଠିକ URL କୁ ଯୋଗ କରାଯାଇଛି।

ଅଧ୍ଯାୟ 7. ଆଭାସୀକରଣ

7.1. KVM

KVM ମାପନୀୟତା ଉନ୍ନତିମାନ
Red Hat Enterprise Linux 6.3 ରେ KVM ମାପନୀୟତା ଉନ୍ନତି:
  • ସର୍ବାଧିକ ସମର୍ଥିତ ଆଭାସୀ ଅତିଥି ଆକାର 64 ରୁ 160 ଆଭାସୀ CPUs (vCPUs) କୁ ବଢ଼ିଛି।
  • ଏକ KVM ଅତିଥିରେ ସର୍ବାଧିକ ସମର୍ଥିତ ସ୍ମୃତିସ୍ଥାନ 512 GB ରୁ 2 TB କୁ ବଢ଼ିଛି।
ନୂତନ Intel ଏବଂ AMD ସଞ୍ଚାଳକ ପାଇଁ KVM ସହାୟତା
Red Hat Enterprise Linux 6.3 ରେ ଥିବା KVM ନିମ୍ନଲିଖିତ ପାଇଁ ସହାୟତା ଧାରଣ କରିଥାଏ:
  • Intel Core i3, i5, i7 ଏବଂ ଅନ୍ୟାନ୍ୟ ସଞ୍ଚାଳକ ପୂର୍ବରୁ Sandy Bridge ନାମରେ ପରିଚିତ,
  • ଏବଂ ନୂତନ AMD ପରିବାର 15h ସଞ୍ଚାଳକ (ସାଙ୍କେତିକ ନାମ Bulldozer)।
KVM ରେ ନୂତନ CPU ମଡେଲ ସଂଜ୍ଞା ଆବଶ୍ୟକୀୟ ନୂତନ ସଞ୍ଚାଳକ ସକ୍ରିୟଣ KVM ହୋଷ୍ଟ ଏବଂ ଆଭାସୀ ଅତିଥିକୁ ପ୍ରଦାନ କରିଥାଏ। ଏହା ନିଶ୍ଚିତ କରିଥାଏ ଯେ KVM ଆଭାସୀକରଣ ନୂତନ ସଞ୍ଚାଳକ ସହିତ ସମ୍ପୃକ୍ତ କାର୍ଯ୍ୟଦକ୍ଷତାକୁ ବର୍ଣ୍ଣନା କରିଥାଏ, ଏବଂ ନୂତନତମ CPU ଗୁଡ଼ିକରେ ନୂଆ ନିର୍ଦ୍ଦେଶାବଳୀକର ଲାଭ ଉଠାଇଥାଏ।
KVM ସ୍ଟିଲ ଟାଇମ ସହାୟତା
ସ୍ଟିଲ ଟାଇମ ହେଉଛି ଆଭାସୀ CPU ପ୍ରକୃତ CPU କୁ ଅପେକ୍ଷା କରୁଥିବା ସମୟ ଯେତେବେଳେ ହାଇପରଭାଇଜର ଅନ୍ୟ ଏକ ଆଭାସୀ ସଞ୍ଚାଳକ ପାଇଁ କାମ କରୁଥାଏ। KVM ଆଭାସୀ ତନ୍ତ୍ର ବର୍ତ୍ତମାନ ହିସାବ କରିପାରିବ ଏବଂ ସ୍ଟିଲ ସମୟକୁ ଖବର କରିପାରିବ, ଯାହାକି top ଏବଂ vmstat ସାଧନ ଦ୍ୱାରା ଦୃଶ୍ୟମାନ ହୋଇଥାଏ, ଯିଏକି ଏକ ଅତିଥିକୁ ପ୍ରକୃତ CPU ବ୍ୟବହାର ତଥ୍ୟ ପ୍ରଦାନ କରିଥାଏ।
KVM ସ୍ଟିଲ ଟାଇମ ବିଶେଷତା ଅତିଥିକୁ CPU ବ୍ୟବହାର ଏବଂ ଆଭାସୀ ତନ୍ତ୍ର କାର୍ଯ୍ୟଦକ୍ଷତା ସମ୍ବନ୍ଧରେ ସଠିକ ତଥ୍ୟ ପ୍ରଦାନ କରିଥାଏ। ବଡ଼ ମାତ୍ରାର ସ୍ଟିଲ ସମୟ ହାଇପରଭାଇଜର ଦ୍ୱାରା ଅତିଥିକୁ ନ୍ୟସ୍ତ ହୋଇଥିବା CPU ସମୟ କେମିତି ଆଭାସୀ ତନ୍ତ୍ର କାର୍ଯ୍ୟଦକ୍ଷତାକୁ ନିୟନ୍ତ୍ରଣ କରିଥାଏ ତାହା ସୂଚାଇଥାଏ। ବ୍ୟବହାରକାରୀ CPU ସମ୍ବନ୍ଧୀୟ କାର୍ଯ୍ୟଦକ୍ଷତା ସମସ୍ୟାକୁ କିଛି ଅତିଥିକୁ ହୋଷ୍ଟରେ ଚଲାଇ କାଢ଼ିହେବ ଅଥବା ଅତିଥିର CPU ଅଗ୍ରାଧୀକାରକୁ ବଢ଼ାଇକରି କରିହେବ। KVM ସ୍ଟିଲ ସମୟ ମୂଲ୍ୟ ବ୍ୟବହାରକାରୀଙ୍କୁ ପରବର୍ତ୍ତୀ ପଦକ୍ଷେପ ନେବା ପାଇଁ ଅନୁମତି ଦେଇଥାଏ ଯାହାଫଳରେ ତାହାର କାର୍ଯ୍ୟଦକ୍ଷତା ଉନ୍ନତ ହୋଇଥାଏ।
qcow2 ଡିସ୍କ ପ୍ରତିଛବିରେ ଉନ୍ନତ ପ୍ରବେଶାନୁମତି
Red Hat Enterprise Linux 6.3 ରେ KVM qcow2 ଡିସ୍କ ପ୍ରତିଛବି ପାଇଁ ପ୍ରବେଶାନୁମତିକୁ ଉନ୍ନତ କରିଥାଏ (qcow2 ଟି ହେଉଛି ପୂର୍ବନିର୍ଦ୍ଧାରିତ ଶୈଳୀ) ଏହାକୁ ଅଧିକ ଅସନ୍ତୁଳିତ କରି, ଯାହା ଫଳରେ ତାହା vCPU ଷ୍ଟଲକୁ ଏଡ଼ାଇଥାଏ ଏବଂ କାର୍ଯ୍ୟଦକ୍ଷତାକୁ ଡିସ୍କ I/O ସମୟରେ ଉନ୍ନତ କରିଥାଏ।
ନୂତନ qemu-guest-agent ଉପପ୍ୟାକେଜ
qemu-kvm ରେ qemu-guest-agent ନାମକ ଗୋଟିଏ ନୂତନ ଉପ-ପ୍ୟାକେଜ ଅଛି। Red Hat Enterprise Linux 6.3 ଅତିଥିକୁ ଏହି ସ୍ଥାପିତ ପ୍ୟାକେଜ ସହିତ ଚଲାଇବା ସମୟରେ, ସଠିକ ଭାବରେ ବିନ୍ୟାସିତ Red Hat Enterprise Linux 6.3 ହୋଷ୍ଟ ନୂତନ ନିର୍ଦ୍ଦେଶକୁ ଅତିଥି ପାଖକୁ ପଠାଇପାରିବ ଯେପରିକି: guest-sync, guest-ping, guest-info, guest-shutdown, ଏବଂ guest-suspend-*.
ଉଦାହରଣ ସ୍ୱରୂପ ଅତିଥି ସହିତ କିପରି ଯୋଗାଯୋଗ କରିବା ପାଇଁ ହୋଷ୍ଟକୁ କିପରି ବିନ୍ୟାସ କରିବେ, ତାହା ପାଇଁ http://lists.nongnu.org/archive/html/qemu-devel/2011-07/msg00370.html କୁ ଅନୁସରଣ କରନ୍ତୁ।
KVM ଅତିଥିରେ କାର୍ଯ୍ୟଦକ୍ଷତା ନିରୀକ୍ଷଣ
ଆଭାସୀ ତନ୍ତ୍ରଗୁଡ଼ିକର କାର୍ଯ୍ୟଦକ୍ଷତା ମାପିବା ପାଇଁ KVM ବର୍ତ୍ତମାନ ଏକ କାର୍ଯ୍ୟଦକ୍ଷତା ନିରିକ୍ଷକ ଏକକକୁ (vPMU) ଆଭାସୀକରଣ କରିପାରିବ। ଏହା ସହିତ Intel ର architectural PMU କୁ ସହାୟତା ଦେଇଥାଏ ଯାହାକି -cpu ହୋଷ୍ଟ ଫ୍ଲାଗ ବ୍ୟବହାର କରି ହୋଷ୍ଟ CPU ସଂସ୍କରଣରେ ଜୀବନ୍ତ-ସ୍ଥାନାନ୍ତରଣ କରିପାରୁଥିବ।
ଏହି ବିଶେଷତା ସହିତ, Red Hat virtualization ଗ୍ରାହକମାନେ ବର୍ତ୍ତମାନ KVM ଅତିଥିରେ କାର୍ଯ୍ୟଦକ୍ଷତା ନିରୀକ୍ଷଣ କରିବାରେ ସକ୍ଷମ। ଆଭାସୀ କାର୍ଯ୍ୟଦକ୍ଷତା ନିରୀକ୍ଷଣ ବିଶେଷତା ବର୍ତ୍ତମାନ ଆଭାସୀ ତନ୍ତ୍ରକୁ ଉତ୍ସ ଚିହ୍ନିବାକୁ ଅନୁମତି ଦେଇଥାଏ, ଯାହାକି ସେଗୁଡ଼ିକର ପୂର୍ବସ୍ଥିତ ରୂପରେଖା ସାଧନକୁ ହୋଷ୍ଟ ଏବଂ ଅତିଥିରେ କାମ କରିବା ପାଇଁ ବ୍ୟବହାର କରିଥାଏ। ଏହା KVM ଅତିଥିକୁ ହୋଷ୍ଟର ରୂପରେଖା ନିର୍ଦ୍ଧାରଣ ପାଇଁ ଏକ ଅତିରିକ୍ତ କ୍ଷମତା।
ଏହି ବିଶେଷତାଟି Red Hat Enterprise Linux 6.3 ର ଏକ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ।
ସ୍ୱୟଂଚାଳିତ ଆଭାସୀ CPU ବଣ୍ଟନ
Red Hat Enterprise Linux 6.3 ରେ KVM ବର୍ତ୍ତମାନ ସ୍ୱୟଂଚାଳିତ ଆଭାସୀ CPU ବଣ୍ଟନକୁ ସହାୟତା କରିଥାଏ, ଏବଂ ମଧ୍ଯ vCPU ନାମରେ ପରିଚିତ, ସ୍ୱୟଂଚାଳିତ ଭାବରେ ପରିଚାଳିତ କ୍ଷମତା ଏବଂ ଅପ୍ରତ୍ୟାଶିତ କାର୍ଯ୍ୟଭାର ବୃଦ୍ଧିକୁ ସେମାନଙ୍କର ପ୍ଲାଟଫର୍ମରେ କାର୍ଯ୍ୟଭାର କମ ଥିବା ସମୟରେ କାର୍ଯ କରିଥାଏ।
ଆଭାସୀ CPU ହଟ-ପ୍ଲଗ ବିଶେଷତା ତନ୍ତ୍ର ପ୍ରଶାସକଙ୍କୁ ସ୍ୱୟଂଚାଳିତ ଭାବରେ CPU ଉତ୍ସଗୁଡ଼ିକୁ ପରିଚାଳନା କରିବା ପାଇଁ କ୍ଷମତା ଦେଇଥାଏ। କାରଣ CPU ଉତ୍ସକୁ ମେଳାଇବା ପାଇଁ ଅତିଥିକୁ ଅଫଲାଇନ କରିହେବ ନାହିଁ।, ଅତିଥି ଉପଲବ୍ଧତା ବଢ଼ିଥାଏ।
ଏହି ବିଶେଷତାଟି Red Hat Enterprise Linux 6.3 ରେ ଏକ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଅଟେ। ବର୍ତ୍ତମାନ, କେବଳ vCPU ହଟ-ଏଡ ଫଳନଟି କାର୍ଯ୍ୟ କରିଥାଏ। vCPU ହଟ ଅନପ୍ଲଗ ବିଶେଷତା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ।
Virtio-SCSI କ୍ଷମତା
KVM ଆଭାସୀକରଣ ଷ୍ଟାକକୁ virtio-SCSI କ୍ଷମତା ସହିତ ଉନ୍ନତ କରାଯାଇଛି (SCSI ଉପରେ ଆଧାରିତ ଏକ KVM ସଂରକ୍ଷଣ ସଂରଚନା ପାଇଁ)। Virtio-SCSI ସିଧାସଳଖ ଭାବରେ SCSI LUNs ସହିତ ସଂଯୁକ୍ତ ହେବାର କ୍ଷମତା ପ୍ରଦାନ କରିଥାଏ ଏବଂ virtio-blk ତୁଳନାରେ ସେହିପରି ମାପନିୟତା ବୃଦ୍ଧି କରିଥାଏ। virtio-SCSI ର ଲାଭ ହେଉଛି ଏହା virtio-blk ତୁଳନାରେ ଶହ ଶହ ଉପକରଣକୁ ନିୟନ୍ତ୍ରଣ କରିଥାଏ ଯାହାକି କେବଳ 28 ଉପକରଣକୁ ନିୟନ୍ତ୍ରଣ କରିଥାଏ ଏବଂ PCI ସ୍ଲଟରୁ ବାହାରିଥାଏ।
Virtio-SCSI ବର୍ତ୍ତମାନ ଲକ୍ଷସ୍ଥଳ ଉପକରଣର ବିଶେଷତାକୁ ସେଟ କରିବା କ୍ଷମତାକୁ ନକଲ କରିଥାଏ:
  • ଏକ ଆଭାସୀ ହାର୍ଡ ଡ୍ରାଇଭଅଥବା CD କୁ virtio-scsi ନିୟନ୍ତ୍ରକ ମାଧ୍ଯମରେ ସଂଲଗ୍ନ କରନ୍ତୁ,
  • ଏକ ଭୌତିକ SCSI ଉପକରଣକୁ ହୋଷ୍ଟ ପାଖରୁ QEMU scsi-block ଉପକରଣ ମାଧ୍ଯମରେ ଅତିଥି ପାଖକୁ ପଠାନ୍ତୁ,
  • ଏବଂ ପ୍ରତ୍ୟେକ ଅତିଥି ପାଇଁ ଶହ ଶହ ଉପକରଣଗୁଡ଼ିକର ବ୍ୟବହାରକୁ ଅନୁମତି ଦେଇଥାଏ; virtio-blk ର 28-ଉପକରଣ ସୀମାରେ ଏକ ଉନ୍ନତି।
ଏହି ବିଶେଷତାଟି Red Hat Enterprise Linux 6.3 ର ଏକ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ।
ଅତିଥି-ମଧ୍ଯବର୍ତ୍ତୀ S4/S3 ସ୍ଥିତ ପାଇଁ ସହାୟତା
KVM ର ଶକ୍ତି ପରିଚାଳନା ବିଶେଷତାକୁ S4 (ଡିସ୍କରେ ନିଲମ୍ବିତ) ଏବଂ S3 (RAM ରେ ନିଲମ୍ବିତ) ସ୍ଥିତି ପାଇଁ ସ୍ଥାନୀୟ ସହାୟତା ଦେବାକୁ ଆଭାସୀ ତନ୍ତ୍ର ମଧ୍ଯରେ, ଅତିଥି ପୁନଃସ୍ଥାପନକୁ ସ୍ୱଳ୍ପ ଶକ୍ତି ସମ୍ପନ୍ନ ସ୍ଥିତିରୁ ତୀବ୍ରତର କରିବା ପାଇଁ ବିସ୍ତାର କରାଯାଇଛି। ପୂର୍ବ ନିୟୋଜନରେ ଅତିଥିମାନଙ୍କୁ ସଂରକ୍ଷଣ କରାଯାଇଛି ଅଥବା ଡିସ୍କ କିମ୍ବା ସ୍ମୃତିସ୍ଥାନରୁ ସଂରକ୍ଷଣ କରାଯାଇଛି ଯାହାକି ଅତିଥି ପାଇଁ ବହିର୍ଭାଗ ଅଟେ, ଯିଏକି ବିଳମ୍ବତାକୁ ଆରମ୍ଭ କରିଥାଏ।
ଏହା ସହିତ, ଅତିଥିମାନଙ୍କୁ SPICE ମାଧ୍ଯମରେ ସୁଦୂର କିବୋର୍ଡ ସହିତ S3 ସ୍ଥିତିରୁ ଜାଗ୍ରତ କରିହେବ।
ଏହି ବିଶେଷତାଟି ଏକ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଅଟେ ଏବଂ Red Hat Enterprise Linux 6.3 ରେ ପୂର୍ବନିର୍ଦ୍ଧାରିତ ଭାବରେ ନିଷ୍କ୍ରିୟ କରାଯାଇଥାଏ। ଏହାକୁ ସକ୍ରିୟ କରିବା ପାଇଁ, /usr/share/seabios/bios-pm.bin file for the VM bios instead of the default /usr/share/seabios/bios.bin ଫାଇଲକୁ ବାଛନ୍ତୁ।
ସ୍ଥାନୀୟ, ଅତିଥି-ମଧ୍ଯବର୍ତ୍ତୀ S4 (ଡିସ୍କରେ ନିଲମ୍ବିତ) ଏବଂ S3 (RAM ରେ ନିଲମ୍ବିତ) ଶକ୍ତି ପରିଚାଳନା ବିଶେଷତା ଡିସ୍କରେ ନିଲମ୍ବନ ଏବଂ RAM ରେ ନିଲମ୍ବନ କରିବା କ୍ଷମତାକୁ ଅତିଥିରେ ସହାୟତା କରିଥାଏ (ହୋଷ୍ଟ ବିପକ୍ଷରେ), ଯାହାଫଳରେ କିବୋର୍ଡ ନିବେଶ ସହାୟତାରେ ଏକ ଅତିଥିକୁ ପୁନଃସ୍ଥାପନ କରିବା ସମୟକୁ କମ କରାଯାଇଥାଏ। ଏହା ମଧ୍ଯ ବାହ୍ଯ ସ୍ମୃତି-ସ୍ଥିତି ଫାଇଲକୁ ପରିଚାଳନା ଆବଶ୍ୟକତାକୁ ବାହାର କରିଥାଏ। ଏହି କ୍ଷମତାକୁ Red Hat Enterprise Linux 6.3 ଅତିଥିରେ ସହାୟତା କରାଯାଇଥାଏ ଏବଂ କୌଣସି ହାଇପରଭାଇଜର ଉପରେ ଚାଲୁଥିବା Windows ଅତିଥି S3 ଏବଂ S4 କୁ ସହାୟତା ଦେବାରେ ସକ୍ଷମ ହୋଇଥାଏ।
NIC ପାଇଁ SR-IOV ସହାୟତା
Red Hat Enterprise Linux 6.3 ନେଟୱର୍କ ଅନ୍ତରାପୃଷ୍ଠ ନିୟନ୍ତ୍ରକ ପାଇଁ SR-IOV ସହାୟତାକୁ ଆରମ୍ଭ କରିଥାଏ। ଏହି ବିଶେଷତା ଏକ NIC କୁ ଏକ KVM ହୋଷ୍ଟ ଉପରେ KVM ଅତିଥି ଦ୍ୱାରା ସହଭାଗ ହେବା ପାଇଁ ଅନୁମତି ଦେଇଥାଏ। SR-IOV ବିଷୟରେ ଅଧିକ ସୂଚନା ପାଇଁ, ଅଧ୍ୟାୟ 13. SR-IOV କୁ ଆଭାସୀକରଣ ହୋଷ୍ଟ ସଂରଚନା ଏବଂ ଅତିଥି ସ୍ଥାପନ ପୁସ୍ତକ ରେ ଅନୁସରଣ କରନ୍ତୁ। be2net ଡ୍ରାଇଭର ଉପରେ SR-IOV ବିଷୟରେ ସୂଚନା ପାଇଁ, ଅଧ୍ଯାୟ 2, ଉପକରଣ ଡ୍ରାଇଭରଗୁଡ଼ିକ କୁ ଅନୁସରଣ କରନ୍ତୁ।
AMD-V ପାଇଁ KVM ରେ TSC ମାପ
Red Hat Enterprise Linux 6.3 KVM ରେ AMD ଆଭାସୀକରଣ ପାଇଁ (AMD-V) ସମୟ ଚିହ୍ନ (TSC) ମାପ ପାଇଁ ସହାୟତା ପ୍ରଦାନ କରିଥାଏ। ଏହି ବିଶେଷତାଟି ଏକ ପ୍ରଦତ୍ତ TSC ବାରମ୍ବାରତା ପାଇଁ KVM ଅତିଥିରେ ସକ୍ଷମ ନୁହଁ।
perf-kvm ପାଇଁ ସହାୟତା
perf-kvm ସାଧନ ପାଇଁ ସହାୟତା, ଯାହାକି ଅତିଥି କାର୍ଯ୍ୟଦକ୍ଷତାକୁ ହୋଷ୍ଟରୁ ମାପିବା ପାଇଁ କ୍ଷମତା ଦେଇଥାଏ, ଯାହାକୁ ଯୋଗକରାଯାଇଥାଏ। ଅଧିକ ସୂଚନା ପାଇଁ, perf-kvm man ପୃଷ୍ଠାକୁ ଅନୁସରଣ କରନ୍ତୁ।

7.2. ସ୍ପାଇସ

USB 2.0 ଦିଗ ପରିବର୍ତ୍ତନ ସହାୟତା
KVM USB 2.0 ହୋଷ୍ଟ ଏଡାପ୍ଟର ଏମୁଲେସନ ସହାୟତା ଉପରେ Spice ନିର୍ମାଣ, ଏବଂ ସୁଦୂର USB ଦିଗ ପରିବର୍ତ୍ତନ ସହାୟତାକୁ ସକ୍ରିୟ କରିଥାଏ ଯାହାକି ସର୍ଭର ଉପରେ ଚାଲୁଥିବା ଆଭାସୀ ତନ୍ତ୍ରକୁ କ୍ଲାଏଣ୍ଟରେ ସୁଦୂର USB ଉପକରଣ ପ୍ଲଗ କରିବାକୁ ଅନୁମତି ଦେଇଥାଏ।

7.3. libvirt

up/down ଲିଙ୍କ ସ୍ଥିତିକୁ ନିୟନ୍ତ୍ରଣ କରୁଅଛି
libvirt ବର୍ତ୍ତମାନ ଅତିଥି ଆଭାସୀ ନେଟୱର୍କ ଅନ୍ତରାପୃଷ୍ଠର ସ୍ଥିତି (ଉପର କିମ୍ବା ତଳ)କୁ ନିୟନ୍ତ୍ରଣ କରିବାରେ ସକ୍ଷମ। ଏହା ବ୍ୟବହାରକାରୀକୁ ଅନ୍ତରାପୃଷ୍ଠରୁ ନେଟୱର୍କ ତାରକୁ ପ୍ଲଗ ଏବଂ ଅନପ୍ଲଗ କରି ପରୀକ୍ଷା ଏବଂ ଅନୁକରଣ କରିବା ପାଇଁ ଅନୁମତି ଦେଇଥାଏ। ଏହି ବିଶେଷତା ବ୍ୟବହାରକାରୀକୁ କୌଣସି ସମସ୍ୟା ହେଲେ ଅତିଥିମାନଙ୍କୁ ପୃଥକ କରିବା ପାଇଁ ମଧ୍ଯ ଅନୁମତି ଦେଇଥାଏ।
ନୂତନତମ Intel ଏବଂ AMD ସଞ୍ଚାଳକଗୁଡ଼ିକ ପାଇଁ ସହାୟତା ଯୋଗ କରାଯାଇଛି
Red Hat Enterprise Linux 6.3 ରେ, libvirt କୁ ନୂତନ Intel Core i3, i5, i7 ଏବଂ ଅନ୍ୟାନ୍ୟ Intel ସଞ୍ଚାଳକ, ଏବଂ ପରିବାର15h microarchitecture AMD ସଞ୍ଚାଳକକୁ ସହାୟତା ଦେବା ପାଇଁ ଅଦ୍ୟତନ କରାଯାଇଛି। ଏହି ଅଦ୍ୟତନ ସହିତ, libvirt ବର୍ତ୍ତମାନ ନୂତନ ଭାବରେ ଅନ୍ତର୍ଭୁକ୍ତ ହୋଇଥିବା ବିଶେଷତାକୁ ବ୍ୟବହାର କରିଥାଏ।

ଅଧ୍ଯାୟ 8. କ୍ଲଷ୍ଟରିଙ୍ଗ ଏବଂ ଉଚ୍ଚ ଉପଲବ୍ଧତା

ପ୍ରଶାସନିକ UI ଉନ୍ନତି
ଲୁସି, ୱେବ-ଆଧାରିତ କ୍ଲଷ୍ଟରଗୁଡ଼ିକୁ ନିମ୍ନଲିଖିତକୁ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରସାଶନିକ UIକୁ ଅନ୍ତର୍ଭୁକ୍ତ କରାଯାଇଛି:
  • କ୍ଲଷ୍ଟର ସର୍ଭିସକୁ କାଢ଼ିବା ସମୟରେ ଏକ ନିଶ୍ଚିତକରଣ ସଂଳାପ ବାକ୍ସ ଦୃଶ୍ୟମାନ ହୋଇଥାଏ।
  • UI ଏକ ପୁନଃଚାଳନ ଚିତ୍ରସଂକେତକୁ ଅନ୍ତର୍ଭୁକ୍ତ କରିଥାଏ।
  • ଏକ ନିମ୍ନ ସ୍ତର ଉତ୍ସ ଯୋଗ କରନ୍ତୁ ବଟନକୁ ସରଳିକୃତ କରାଯାଇଛି।
  • ତ୍ରୁଟି ନିବାରଣକୁ UI ରୁ ସକ୍ରିୟ କରିବା ପାଇଁ ଯୋଗ କରାଯାଇଛି।
ନିଷ୍କ୍ରିୟ ଲୁସି ବୈଧିକରଣ ଅଧିବେଶନର ସ୍ୱୟଂଚାଳିତ ସମୟ ସମାପ୍ତ
Red Hat Enterprise Linux 6.3 ରେ, luci ବୈଧିକରଣ ଅଧିବେଶନ ସ୍ୱୟଂଚାଳିତ ଭାବରେ 15 ମିନଟ ନିଷ୍କ୍ରିୟ ରହିବା ପରେ ସମୟ ସମାପ୍ତି ହୋଇଥାଏ। ଏହି ଅବଧିକୁ /etc/sysconfig/luci ଫାଇଲରେ who.auth_tkt_timeout ପ୍ରାଚଳକୁ ପରିବର୍ତ୍ତନ କରି ବିନ୍ୟାସ କରିହେବ।
ନୂତନ libqb ପ୍ୟାକେଜ
libqb ପ୍ୟାକେଜ ପ୍ରାଥମିକ ଉଦ୍ଦେଶ୍ୟ ସହିତ ଉଚ୍ଚ କ୍ଷମତା ସମ୍ପନ୍ନ କ୍ଲାଏଣ୍ଟ ସର୍ଭର ପୁନଃବ୍ୟବହାର ଯୋଗ୍ୟ ବିଶେଷତା ବିଶିଷ୍ଟ ଲାଇବ୍ରେରୀ ପ୍ରଦାନ କରିଥାଏ, ଯେପରିକି ଉଚ୍ଚ ଉପଲବ୍ଧତା ଲଗଇନ, ନିରୀକ୍ଷଣ, ପଦ୍ଧତି-ମଧ୍ଯବର୍ତ୍ତୀ ଯୋଗାଯୋଗ, ଏବଂ ପୋଲିଙ୍ଗ। ଏହି ପ୍ୟାକେଜକୁ pacemaker ପ୍ୟାକେଜର ନିର୍ଭୋରୋକ ଭାବରେ ଆରମ୍ଭ କରାଯାଇଥିଲା, ଏବଂ Red Hat Enterprise Linux 6.3 ରେ ତାହାକୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଗ୍ରହଣ କରାଯାଇଛି।
ପେସମେକର ବର୍ତ୍ତମାନ libqb ଲଗ ବ୍ୟବହାର କରିଥାଏ
ନୂତନ ଭାବରେ ଯୋଗକରାଯାଇଥିବା libqb ହେତୁ, pacemaker ବର୍ତ୍ତମାନ ତାହାର ଲଗଇନ ଫଳନକୁ pacemaker ର ତ୍ରୁଟିନିବାରଣ ଏବଂ ସହାୟତା ପାଇଁ ବ୍ୟବହାର କରିଥାଏ।
CPG API କୁ ନୋଡ ମଧ୍ଯରେ ବ୍ୟବହାର କରୁଅଛି
Rgmanager ରେ Corosync ର ବନ୍ଦ ପଦ୍ଧତି ଶ୍ରେଣୀ (CPG) API କୁ ବ୍ୟବହାର କରିବା ପାଇଁ ସକ୍ରିୟ କରିବା ବିଶେଷତାକୁ ଅନ୍ତର୍ଭୁକ୍ତ କରିଥାଏ। ଏହି ବିଶେଷତା ସ୍ୱୟଂଚାଳିତ ଭାବରେ ସକ୍ରିୟ ହୋଇଥାଏ ଯେତେବେଳେ Corosync ର ଅନାବଶ୍ୟକ ରିଙ୍ଗ ପ୍ରୋଟୋକଲ (RRP) ବିଶେଷତା ସକ୍ରିୟ ଥାଏ। Corosync ର RRP ବିଶେଷତାକୁ ସମ୍ପୂର୍ଣ୍ଣ ଭାବରେ ସହାୟତା ଦିଆଯାଇଥାଏ। ତଥାପି, ଯେତେବେଳେ ଅନ୍ୟ ଉଚ୍ଚ-ଉପଲବ୍ଧତା ଏଡ-ଅନ ସହିତ ବ୍ୟବହାର ହୋଇଥାଏ, ସେତେବେଳେ ଏହାକୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଗ୍ରହଣ କରାଯାଇଥାଏ।

ଅଧ୍ଯାୟ 9. ସଂରକ୍ଷଣ ସ୍ଥାନ

(କ୍ଲଷ୍ଟର ହୋଇନଥିବା) ପତଳା-ସୁବିଧାଯୋଗ୍ୟ ଆଶୁଚିତ୍ର ପାଇଁ LVM ସହାୟତା
LVM ର ଏକ ନୂତନ ନିୟୋଜନ ଲେଖିବା ସମୟରେ ନକଲ (cow) ଆଶୁଚିତ୍ର Red Hat Enterprise Linux 6.3 ରେ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଉପଲବ୍ଧ। ଏହି ନିୟୋଜନର ମୂଖ୍ୟ ଉଦ୍ଦେଶ୍ୟ ହେଉଛି, ପୂର୍ବ ନିୟୋଜନ ଅପେକ୍ଷା, ଅନେକ ଆଭାସୀ ଉପକରଣକୁ ସେହି ତଥ୍ୟ ଭଲ୍ୟୁମ ମଧ୍ଯରେ ସଂରକ୍ଷଣ କରିହେବ। ଏହି ନିୟୋଜନ ପୂନରାବର୍ତ୍ତୀ ଆଶୁଚିତ୍ରଗୁଡ଼ିକୁ ମଧ୍ଯ ସହାୟତା ପ୍ରଦାନ କରିଥାଏ (ଆଶୁଚିତ୍ରର ଆଶୁଚିତ୍ରର ଆଶୁଚିତ୍ର …).
ଏହି ବିଶେଷତାକୁ ଏକକ-ତନ୍ତ୍ରରେ ବ୍ୟବହାର କରାଯାଇଥାଏ। ଏହା କ୍ଲଷ୍ଟର ପରିବେଶରେ ପ୍ରବେଶ ପାଇଁ ଏକାଧିକ ତନ୍ତ୍ର ପାଇଁ ଉପଲବ୍ଧ ହୋଇନଥାଏ।
ଅଧିକ ସୂଚନା ପାଇଁ, -s/--snapshot ବିକଳ୍ପର ଦଲିଲକୁ lvcreate man ପୃଷ୍ଠାରେ ଦେଖନ୍ତୁ।
(କ୍ଲଷ୍ଟର ହୋଇନଥିବା) ପତଳା-ସୁବିଧାଯୋଗ୍ୟ LVs ପାଇଁ LVM ସହାୟତା
ତାର୍କିକ ଭଲ୍ୟୁମଗୁଡ଼ିକ (LVs) ବର୍ତ୍ତମାନ ମୁକ୍ତସ୍ଥାନ ବିଶିଷ୍ଟ ସଂରକ୍ଷଣ ପୁଲକୁ ପରିଚାଳନା କରିବା ପାଇଁ ବ୍ୟବସ୍ଥା କରାଯାଇଛି ଯେଉଁଥିରେ କିଛି ସଂଖ୍ୟକ ଉପକରଣକୁ ଆବଶ୍ୟକ ସମୟରେ ସ୍ଥାନ ନିରୂପଣ କରାଯାଇଥାଏ। ଏହା ପରେ ସ୍ଥାନ ନିରୂପଣ ହେଉଥିବା ଉପକରଣ ନିର୍ମାଣ ପାଇଁ ଅନୁମତି ଦେଇଥାଏ ଯେଉଁଥିରେ ପ୍ରୟୋଗ ପ୍ରକୃତରେ LV ରେ ଲେଖିଥାଏ। ଏହି ବ୍ୟବସ୍ଥା ଦ୍ୱାରା ପୁଲକୁ ସ୍ୱୟଂଚାଳିତ ଭାବରେ ଆବଶ୍ୟକ ସମୟରେ ବଢ଼ାଇ ପାରିବେ। Red Hat Enterprise Linux 6.3 ରେ, ଏହି ବିଶେଷତାକୁ ଏକ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଆରମ୍ଭ କରାଯାଇଛି। ଏହି ବିଶେଷତାକୁ ପରୀକ୍ଷା କରିବା ପାଇଁ ଆପଣଙ୍କ ପାଖରେ ନିଶ୍ଚିତ ଭାବରେ device-mapper-persistent-data ପ୍ୟାକେଜ ସ୍ଥାପିତ ଥିବା ଆବଶ୍ୟକ। ଅଧିକ ସୂଚନା ପାଇଁ, lvcreate man ପୃଷ୍ଠାକୁ ଦେଖନ୍ତୁ।
lvmetad ମାଧ୍ଯମରେ ସ୍ୱୟଂଚାଳିତ ଭାବରେ LVM ଅଧିତଥ୍ୟର ଏକତ୍ରିକରଣ
ଅଧିକାଂଶ LVM ନିର୍ଦ୍ଦେଶଗୁଡ଼ିକ ତନ୍ତ୍ରର ଡିସ୍କ ଉପକରଣରେ ସଂରକ୍ଷିତ LVM ଅଧିତଥ୍ୟର ଏକ ସଠିକ ଦୃଶ୍ୟ ଆବଶ୍ୟକ କରିଥାଏ। ପ୍ରଚଳିତ LVM ସଂରଚନା ସହିତ, ଯଦି ଏହି ସୂଚନା ଉପଲବ୍ଧ ହୋଇନଥାଏ, ତେବେ LVM ନିଶ୍ଚିତ ଭାବରେ ସମସ୍ତ ଭୌତିକ ଡିସ୍କ ଉପକରଣଗୁଡ଼ିକୁ ତନ୍ତ୍ରରେ କ୍ରମବୀକ୍ଷଣ କରିଥାଏ। ଏହା ତନ୍ତ୍ରରେ କିଛି I/O ପ୍ରୟୋଗ ଆବଶ୍ୟକ କରିଥାଏ ଯେଉଁଥିରେ ଅଧିକ ସଂଖ୍ୟକ ଡିସ୍କ ଥାଏ।
lvmetad ଡେମନର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଥର ଉପକରଣ ସ୍ଥିତ ପରିବର୍ତ୍ତନ ହେଉଥିବା ସମୟରେ ଆବଶ୍ୟକ ହେଉଥିବା କ୍ରମବୀକ୍ଷଣ ଆବଶ୍ୟକତାକୁ ଏଡ଼ାଇବା। ଏହି ଘଟଣାଗୁଡ଼ିକ lvmetad କୁ udev ନିୟମ ଦ୍ୱାରା ସଂକେତ ଦେଇଥାଏ। ଯଦି lvmetad ଚାଲୁନଥାଏ, ତେବେ LVM କ୍ରମବୀକ୍ଷଣ କରିଥାଏ।
ଏହି ବିଶେଷତାଟି ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଦିଆଯାଇଥାଏ ଏବଂ ପୂର୍ବନିର୍ଦ୍ଧାରିତ ଭାବରେ Red Hat Enterprise Linux 6.3 ରେ ନିଷ୍କ୍ରିୟ କରାଯାଇଥାଏ। ଏହାକୁ ସକ୍ରିୟ କରିବା ପାଇଁ, use_lvmetad ପ୍ରାଚଳକୁ /etc/lvm/lvm.conf ଫାଇଲରେ ଅନୁସରଣ କରନ୍ତୁ, ଏବଂ lvmetad ଡେମନକୁ lvm2-lvmetad init ସ୍କ୍ରିପ୍ଟକୁ ବିନ୍ୟାସ କରି ସକ୍ରିୟ କରନ୍ତୁ।
ଇଥରନେଟ (FCoE) ଲକ୍ଷ୍ଯ ଧାରା ଉପରେ ଫାଇବର ଚ୍ୟାନେଲ ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ
Red Hat Enterprise Linux 6.3 ରେ Fiber Channel over Ethernet (FCoE) ଲକ୍ଷ୍ଯ ଧାରା ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ। ଏହି କର୍ଣ୍ଣଲ ବିଶେଷତା targetcli ଦ୍ୱାରା ପ୍ରଦତ୍ତ, ଯାହାକି fcoe-target-utils ପ୍ୟାକେଜ ଦ୍ୱାରା ପ୍ରଦତ୍ତ। FCoE କୁ ତଥ୍ୟକୁ ନେଟୱର୍କ ସମର୍ଥିତ କେନ୍ଦ୍ର (DCB) ବ୍ୟବହାର ହୋଇଥାଏ। ଅଧିକ ବିବରଣୀ dcbtool(8) and targetcli(8) man ପୃଷ୍ଠାରେ dcbtool(8) ଏବଂ targetadmin(8) man ପୃଷ୍ଠାରେ (lldpad ଏବଂ fcoe-target-utils ପ୍ୟାକେଜଗୁଡ଼ିକରେ, କ୍ରମାନୁସାରେ ପ୍ରଦତ୍ତ) ଉପଲବ୍ଧ।.
LVM RAID ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ
LVM ରେ ବର୍ଦ୍ଧିତ RAID ସହାୟତା ବର୍ତ୍ତମାନ Red Hat Enterprise Linux 6.3 ରେ ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ। LVM ବର୍ତ୍ତମାନ RAID 4/5/6 ତାର୍କିକ ଭଲ୍ୟୁମ ନିର୍ମାଣରେ ସକ୍ଷମ ଏବଂ ଏହି ତାର୍କିକ ଭଲ୍ୟୁମର ପ୍ରତିବିମ୍ବ ସୃଷ୍ଟିକରିବାରେ ସହାୟତା କରିଥାଏ। MD (ସଫ୍ଟୱେର RAID) ମଡ୍ୟୁଲ ନୂତନ ବିଶେଷତାଗୁଡ଼ିକ ପାଇଁ ପୃଷ୍ଠଭୂମି ସହାୟତା ପ୍ରଦାନ କରିଥାଏ।
ଭଲ୍ୟୁମକୁ କେବଳ-ପଠନୀୟ ଧାରାରେ ସକ୍ରିୟ କରୁଅଛି
ଏକ ନୂତନ LVM ସଂରଚନା ଫାଇଲ ପ୍ରାଚଳ, activation/read_only_volume_list, ଏକ ନିର୍ଦ୍ଦିଷ୍ଟ ଭଲ୍ୟୁମକୁ କେବଳ-ପଠନୀୟ ଧାରାରେ ସକ୍ରିୟ କରିବା ପାଇଁ ଏହାକୁ ସମ୍ଭବପର କରିଥାଏ, ଭଲ୍ୟୁମ ଉପରେ ପ୍ରକୃତ ଅନୁମତିକୁ ନଦେଖି। ଏହି ପ୍ରାଚଳ ଅଧିତଥ୍ୟରେ ସଂରକ୍ଷିତ --permission rw ବିକଳ୍ପକୁ ନବଲିଖନ କରିଥାଏ।

ଅଧ୍ଯାୟ 10. ସାଧାରଣ ଅଦ୍ୟତନଗୁଡ଼ିକ

ସଫ୍ଟୱେର ସଂଗ୍ରହ ଉପଯୋଗିତାମାନ
Red Hat Enterprise Linux 6.3 ଗୋଟିଏ scl-utils ପ୍ୟାକେଜକୁ ଅନ୍ତର୍ଭୁକ୍ତ କରିଥାଏ ଯାହାକି ଚାଲିଥିବା ସମୟରେ ସୁବିଧା ପ୍ରଦାନ କରିଥାଏ ଏବଂ ପ୍ୟାକେଜ ସଫ୍ଟୱେର ସଂଗ୍ରହ ପାଇଁ ମାକ୍ରୋ ପ୍ୟାକେଜିଙ୍ଗ ପ୍ରଦାନ କରିଥାଏ। ସପ୍ଟୱେର ସଂଗ୍ରହ ବ୍ୟବହାରକାରୀଙ୍କୁ ସମାନ RPM ବିଶିଷ୍ଟ ଏକାଧିକ ସଂସ୍କରଣ ସ୍ଥାପନ ପାଇଁ ଅନୁମତି ପ୍ରଦାନ କରିଥାଏ। scl ଉପଯୋଗିତାକୁ ବ୍ୟବହାର କରି, ବ୍ୟବହାରକାରୀ ହୁଏତଃ କିଛି ନିର୍ଦ୍ଦିଷ୍ଟ RPM ସଂସ୍କରଣକୁ ସକ୍ରିୟ କରିଥାଏ ଯାହାକି /opt ଡିରେକ୍ଟୋରୀରେ ସ୍ଥାପିତ ହୋଇଥାଏ। ସପ୍ଟୱେର ସଂଗ୍ରହ ବିଷୟରେ ଅଧିକ ସୂଚନା ପାଇଁ, ସଫ୍ଟୱେର ସଂଗ୍ରହ ପୁସ୍ତକ କୁ ଅନୁସରଣ କରନ୍ତୁ।
MySQL InnoDB ପ୍ଲଗ-ଇନ
Red Hat Enterprise Linux 6.3 ଏହି MySQL InnoDB ସଂରକ୍ଷଣ ଯନ୍ତ୍ରକୁ ପ୍ଲଗ-ଇନ ଭାବରେ AMD64 ଏବଂ Intel 64 ସଂରଚନା ପାଇଁ ପ୍ରଦାନ କରିଥାଏ। ସେହି ପ୍ଲଗଇନ ଅତିରିକ୍ତ ବିଶେଷତା ଏବଂ ପୂର୍ବନିର୍ମିତ InnoDB ସଂରକ୍ଷଣ ଯନ୍ତ୍ର ପାଇଁ ଉତ୍ତମ କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ।
OpenJDK 7
Red Hat Enterprise Linux 6.3 ସମ୍ପୂର୍ଣ୍ଣ ଭାବରେ ସହାୟତାପ୍ରାପ୍ତ OpenJDK 6 ର ବିକଳ୍ପ ଭାବରେ OpenJDK 7 କୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ଆରମ୍ଭ କରିଛି।
ନୂତନ Java 7 ପ୍ୟାକେଜଗୁଡ଼ିକ
java-1.7.0-oracle ଏବଂ java-1.7.0-ibm ପ୍ୟାକେଜଗୁଡ଼ିକ ବର୍ତ୍ତମାନ Red Hat Enterprise Linux 6.3 ରେ ଉପଲବ୍ଧ।
initscripts ମାଧ୍ଯମରେ NIS ଡମେନ ନାମକୁ ସେଟ କରୁଅଛି
initscripts ପ୍ୟାକେଜକୁ ବ୍ୟବହାରକାରୀମାନଙ୍କୁ NIS ଡମେନ ନାମ ସେଟ କରିବା ପାଇଁ ଅନୁମତି ଦେବାକୁ ଅଦ୍ୟତନ କରାଯାଇଛି। NISDOMAIN ପ୍ରାଚଳକୁ /etc/sysconfig/network ଫାଇଲ, ଅଥବା ଅନ୍ୟ ସମ୍ପୃକ୍ତ ଫାଇଲକୁ ବିନ୍ୟାସ କରି ଏହାକୁ କରାଯାଇଛି।
logrotate ପାଇଁ ACL ସହାୟତା
ପୂର୍ବେ, ଯେତେବେଳେ କିଛି ଶ୍ରେଣୀ ସମସ୍ତ ଲଗକୁ ACL ଗୁଡ଼ିକ ମାଧ୍ଯମରେ ଅଭିଗମ୍ୟ କରିବାକୁ ଅନୁମତି ଦିଆଯାଉଥିଲା, ସେତେବେଳେ ଏହି ACL ଗୁଡ଼ିକୁ ଲଗ ବୁଲାଇବା ସମୟରେ ବାହାର କରିଦିଆଯାଉଥିଲା। Red Hat Enterprise Linux 6.3 ରେ, logrotate ଉପଯୋଗିତା ACL ଗୁଡ଼ିକୁ ସହାୟତା କରୁଥାଏ, ଏବଂ ବୁଲାଯାଇଥିବା ଲଗଗୁଡ଼ିକ ACL ସଂରଚନାକୁ ସଂରକ୍ଷଣ କରିରଖୁଥିଲା।
wacomcpl ପ୍ୟାକେଜ ପୁରୁଣା ହୋଇଛି
wacomcpl ପ୍ୟାକେଜଟି ପୁରୁଣା ହୋଇଛି ଏବଂ ପ୍ୟାକେଜ ସେଟରୁ ବାହାର କରାଯାଇଛି। wacomcpl ପ୍ୟାକେଜ Wacom ଟ୍ୟାବଲେଟ ସେଟିଙ୍ଗର ଆଲେଖିକ ସଂରଚନା ପ୍ରଦାନ କରିଥାଏ। ଏହି କାର୍ଯ୍ୟଟି ବର୍ତ୍ତମାନ GNOME ନିୟନ୍ତ୍ରଣ କେନ୍ଦ୍ରରେ ସନ୍ନିହିତ।
ଅଦ୍ୟତିତ NumPy ପ୍ୟାକେଜ
NumPy ପ୍ୟାକେଜ ଯାହାକୁ ବୃହତ ଏକାଧିକ-ଦିଗ ବିଶିଷ୍ଟ ଆରେକୁ ସଂଶୋଧନ କରିବା ପାଇଁ ରଚନା କରାଯାଇଥାଏ ତାହାକୁ ସଂସ୍କରଣ 1.4.1 କୁ ଅଦ୍ୟତନ କରାଯାଇଛି। ଅଦ୍ୟତିତ ସଂସ୍କରଣରେ ଏହି ପରିବର୍ତ୍ତନଗୁଡ଼ିକ ଅନ୍ତର୍ଭୁକ୍ତ:
  • 0-d ଆରେ ସହିତ କାମ କରୁଥିବା ସମୟରେ, numpy.max ଏବଂ ଅନ୍ୟାନ୍ୟ କାର୍ଯ୍ୟଗୁଡ଼ିକ କେବଳ ନିମ୍ନଲିଖିତ ପ୍ରାଚଳଗୁଡ଼ିକୁ ଗ୍ରହଣ କରିଥାନ୍ତି: axis=0, axis=-1, ଏବଂ axis=None. ଆଉଟ-ଅଫ-ବାଉଣ୍ଡ ଏକ୍ସକୁ ବ୍ୟବହାର କରିବା ଏକ ତ୍ରୁଟିକୁ ସୂଚାଇଥାଏ, ଯାହା ପାଇଁ NumPy ବର୍ତ୍ତମାନ ଏକ ତ୍ରୁଟି ଖବର କରିଛି।
  • axis > MAX_DIMS ପ୍ରାଚଳକୁ ଉଲ୍ଲେଖ କରିବା ଫଳରେ ତାହା ବର୍ତ୍ତମାନ ଅନୁମୋଦିତ ନୁହଁ; ସମାନ ଆଚରଣ କରିବା ପରିବର୍ତ୍ତେ NumPy ବର୍ତ୍ତମାନ ଏକ ତ୍ରୁଟି ଖବର କରିଛି, ଯେତେବେଳେ axis=None କୁ ଉଲ୍ଲେଖ କରାଯାଇଥିଲା।
Rsyslog କୁ ମୂଖ୍ୟ ସଂସ୍କରଣ 5 କୁ ଅଦ୍ୟତନ କରାଯାଇଛି
rsyslog ପ୍ୟାକେଜକୁ ମୂଖ୍ୟ ସଂସ୍କରଣ 5 କୁ ଅଦ୍ୟତନ କରାଯାଇଛି। ଏହି ଉନ୍ନୟନ ବିଭିନ୍ନ ଉନ୍ନତି ଏବଂ ତ୍ରୁଟି ସମାଧାନ ଆଣିଥାଏ। ନିମ୍ନଲିଖିତଗୁଡ଼ିକ ହେଉଛି ଆବଶ୍ୟକୀୟ ପରିବର୍ତ୍ତନ:
  • $HUPisRestart ଡିରେକ୍ଟିଭକୁ ବାହାର କରାଯାଇଛି ଏବଂ ବର୍ତ୍ତମାନ ସହାୟତା ଦିଆଯାଉ ନାହିଁ। ପୁନଚାଳନ ପ୍ରକାର HUP ସଞ୍ଚାଳନ ତେଣୁ ଉପଲବ୍ଧ ନାହିଁ। ବର୍ତ୍ତମାନ, ଯେତେବେଳେ SIGHUP ସଙ୍କେତକୁ ଗ୍ରହଣ କରାଯାଇଛି, ଫଳାଫଳଗୁଡ଼ିକ (ଅଧିକାଂଶ କ୍ଷେତ୍ରରେ ଲଗ ଫାଇଲ) କେବଳ ଲଗ ଆବର୍ତ୍ତନକୁ ସହାୟତା ଦେବା ପାଇଁ ପୁଣି ଖୋଲାଯାଇଥାଏ।
  • ସ୍ପୁଲ ଫାଇଲର ଶୈଳୀ (ଉଦାହରଣ ସ୍ୱରୂପ, ଡିସ୍କ-ସହାୟକ କ୍ରମ) ପରିବର୍ତ୍ତନ ହୋଇଛି। ନୂତନ ଶୈଳୀକୁ ପର୍ବର୍ତ୍ତନ ହେବା ପାଇଁ, ସ୍ପୁଲ ଫାଇଲଗୁଡ଼ିକୁ ବାହାର କରନ୍ତୁ, ଉଦାହରଣ ସ୍ୱରୂପ, rsyslogd କୁ ବନ୍ଦ କରି। ତାପରେ, Rsyslog ଉନ୍ନୟନ ସହିତ ଆଗକୁ ବଢ଼ନ୍ତୁ, ଏବଂ rsyslogd କୁ ପୁଣିଥରେ ଆରମ୍ଭ କରନ୍ତୁ। ଥରେ ଉନ୍ନୟନ ହୋଇସାରିବା ପରେ, ନୂତନ ଶୈଳୀ ସ୍ୱୟଂଚାଳିତ ଭାବରେ ବ୍ୟବହୃତ ହୋଇଥାଏ।
  • ଯେତେବେଳେ rsyslogd ଡେମନ ତ୍ରୁଟିନିବାରଣ ଧାରାରେ ଚାଲିଥାଏ (-d ବିକଳ୍ପକୁ ବ୍ୟବହାର କରି), ସେତେବେଳେ ତାହା ପ୍ରଚ୍ଛଦଭୂମିରେ ଚାଲିଥାଏ। ଏହାକୁ ସମାଧାନ କରାଯାଇଥାଏ ଏବଂ ସେହି ଡେମନକୁ ବର୍ତ୍ମାନ ଆଗପଛ କରାଯାଇଥାଏ ଏବଂ ପୃଷ୍ଠଭୂମିରେ ଚଲାଯାଇଥାଏ, ଆଶା କରାଯାଇଥିବା ପରି।
Rsyslog ର ଏହି ସଂସ୍କରଣରେ ଦିଆଯାଇଥିବା ପରିବର୍ତ୍ତନଗୁଡ଼ିକ ବିଷୟରେ ଅଧିକ ସୂଚନା ପାଇଁ, http://www.rsyslog.com/doc/v5compatibility.html କୁ ଅନୁସରଣ କରନ୍ତୁ।

ସଂଶୋଧିତ ବିବରଣୀ

ସଂଶୋଧନ ଇତିହାସ
ସଂଶୋଧନ 1-0Wed Jun 20 2012ମାର୍ଟୀନ Prpič
Red Hat Enterprise Linux 6.3 ପ୍ରକାଶନ ଟିପ୍ପଣୀର ପ୍ରକାଶନ।
ସଂଶୋଧନ 0-0Tue Apr 24 2012ମାର୍ଟୀନ Prpič
Red Hat Enterprise Linux 6.3 ବିଟା ପ୍ରକାଶନ ଟିପ୍ପଣୀର ପ୍ରକାଶନ।